ପି.ଚିଦାମ୍ବରମଙ୍କ ବାସଭବନରୁ ଚୋରି

ମାଡ୍ରାସ୍ ସ୍ଥିତ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ  ପି.ଚିଦାମ୍ବରମଙ୍କ ବାସଭବନରୁ ୨୫୦,୦୦୦ ଟଙ୍କା ମୂଲ୍ୟର ସୁନା ଓ ଟଙ୍କା ଚୋରୀ ହୋଇଥିବାର ଅଭିଯୋଗ ହୋଇଛି । ଶନିବାର ରାତିରେ ଚିଦାମ୍ବରମଙ୍କ ପତ୍ନୀ ଘରକୁ ଆସିବା ପରେ ଦେଖିଲେ କି କପବୋର୍ଡ ଖୋଲା ଅଛି ଓ ସେଥିରେ ଥିବା ସମସ୍ତ ଟଙ୍କା,ସୁନା ଓ ସିଲ୍କ ଶାଢି ନାହିଁ । ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିବାରୁ ପୋଲିସ ଆସି ତଦନ୍ତ ଆରମ୍ଭ କରିଦେଇଥିଲା । ପରେ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଜଣାପଡିଲା କି ତାଙ୍କର ଦୁଇ ଚାକର ହିଁ ଏହି ଚୋରୀ କରିଛନ୍ତି ।

Comments are closed.