ଖାଦ୍ୟ ଯୋଗାଉଥିବା ‘କଳା ବାକ୍ସ’ ‘ ସ୍ୱାସ୍ଥ୍ୟ ପାଇଁ କାହିଁକି ବିପଦପୂର୍ଣ୍ଣ?

ଯେତେବେଳେ ବି ଆପଣ ଏକ ରେଷ୍ଟୁରାଣ୍ଟରେ ଖାଦ୍ୟ ପ୍ୟାକ୍‌ କରିବାକୁ ଯାଇଥିବେ, ଆପଣଙ୍କୁ ନିଶ୍ଚିତ ଭାବରେ ଏକ ପ୍ଲାଷ୍ଟିକ୍‌ ବ୍ଲାକ୍‌ ବାକ୍ସ ମିଳିବ, ଯେଉଁଥିରେ ଅଧିକାଂଶ ରେଷ୍ଟୁରାଣ୍ଟ ଖାଦ୍ୟ ପ୍ୟାକ୍‌ କରି ଗ୍ରାହକଙ୍କୁ ଦିଅନ୍ତି ଏବଂ ଗ୍ରାହକମାନେ ମଧ୍ୟ ଏହି ବାକ୍ସକୁ ସେମାନଙ୍କଠାରୁ ନେଇଯାଆନ୍ତି । ସ୍ୱାସ୍ଥ୍ୟ ପାଇଁ ପ୍ଲାଷ୍ଟିକ୍‌ କେତେ ବିପଜ୍ଜନକ ତାହା ସମସ୍ତେ ଜାଣନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ପ୍ଲାଷ୍ଟିକ କଳା ବାକ୍ସ ଯେଉଁଥିରେ ଖାଦ୍ୟ ପ୍ୟାକ୍‌ ହୋଇ ଆପଣଙ୍କ ଘରକୁ ନିଆଯାଏ, ଏହା ଆପଣଙ୍କ ଶରୀର ଏବଂ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ?

ଏକ ପୁନ ଚ୍ଚମ ବ୍ୟବହାର ସୁବିଧାରେ କଳା ପ୍ଲାଷ୍ଟିକ୍‌ ରିସାଇକ୍ଲିଂ କରିବା କଷ୍ଟକର । କଳା ପ୍ଲାଷ୍ଟିକର ପ୍ରକୃତି ହେତୁ ଏହା ଘଟେ । ପ୍ଲାଷ୍ଟିକ୍‌ ରଜନୀରେ କାର୍ବନ ବ୍ଲାକ୍‌ ପିଗମେଣ୍ଟ ମିଶାଇ ଏହା ପ୍ରସ୍ତୁତ କରାଯାଏ । ପ୍ଲାଷ୍ଟିକକୁ କଳା ରଙ୍ଗ ଦେବା ପାଇଁ ପିଗମେଣ୍ଟ କାମ କରେ । ବହୁ ପରିମାଣରେ କଳା ପ୍ଲାଷ୍ଟିକ୍‌ ଜାଳେଣି କିମ୍ବା ଲ୍ୟାଣ୍ଡଫିଲରେ ରଖାଯାଏ । ଯେଉଁଥିପାଇଁ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ସହିତ ପରିବେଶରେ ପ୍ରଦୂଷଣର ସ୍ତର ବଢିବାର ସମ୍ଭାବନା ଅଛି ।

କର୍କଟ ହୋଇପାରେ ।

ଅନୁସନ୍ଧାନ ଅନୁଯାୟୀ, କାର୍ବନ ବ୍ଲାକ୍‌ ପିଗମେଣ୍ଟ କାରଣରୁ କଳା ପ୍ଲାଷ୍ଟିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । କାର୍ବନ ବ୍ଲାକ୍‌ ପ୍ଲାଷ୍ଟିକରେ ଯଥା ପଲିସାଇକ୍ଲିକ୍‌ ଆରୋମାଟିକ୍‌ ହାଇଡ୍‌ରୋକାର୍ବନ୍‌ ଥାଏ, ଯାହା ‘ଆନ୍ତର୍ଜାତୀୟ ଏଜେନ୍ସି ଫର୍‌ ରିସର୍ଚ୍ଚ ଅନ୍‌ କ୍ୟାନସର’ (ଓଇଜଉ) ଦ୍ୱାରା କର୍କିନୋଜେନ ଭାବରେ ବିବେଚନା କରାଯାଏ । ଅର୍ଥାତ୍‌ କର୍କଟ ରୋଗ ହେବାର ଆଶଙ୍କା ଅଛି । କେବଳ ଏତିକି ନୁହେଁ ଶ୍ୱାସକ୍ରିୟା ସମସ୍ୟା ମଧ୍ୟ ହୋଇପାରେ । ଯଦି ଆପଣ ସବୁବେଳେ ପ୍ଲାଷ୍ଟିକ୍‌ କଳା ବାକ୍ସରେ ଖାଦ୍ୟ ଖାଆନ୍ତି, ତେବେ ବର୍ତ୍ତମାନ ସମୟ ଆସିଛି ଏହାକୁ ଆଜିଠାରୁ ସମ୍ପୂର୍ଣ୍ଣ ପରିତ୍ୟାଗ କରିବାର ସମୟ ଆସିଛି । କାରଣ ଏହି ପ୍ଲାଷ୍ଟିକ୍‌ ବାକ୍ସରେ ଅନେକ ପ୍ରକାରର କ୍ଷତିକାରକ ରାସାୟନିକ ପଦାର୍ଥ ମିଳିଥାଏ ।

ଅନେକ କ୍ଷତିକାରକ ରାସାୟନିକ ପଦାର୍ଥ କଳା ବାକ୍ସରେ ମିଳିଥାଏ ।

ଅନେକ ଅଧ୍ୟୟନରେ ଏହା ଦାବି କରାଯାଇଛି ଯେ ଏହି ପ୍ଲାଷ୍ଟିକ୍‌ ବାକ୍ସରେ ବିସଫେନୋଲ୍‌-ଏ ଏବଂ ଫଥାଲେଟ୍‌ ଭଳି କିଛି ରାସାୟନିକ ପଦାର୍ଥ ମିଳିଥାଏ, ଯାହା ଏଥିରେ ପ୍ୟାକ୍‌ ହୋଇଥିବା ଖାଦ୍ୟ ସହିତ ମିଶ୍ରିତ ହୋଇଥାଏ । ଯଦି ଖାଦ୍ୟ ଅତ୍ୟଧିକ ଗରମ ହୁଏ, ତେବେ ଏହି ରାସାୟନିକ ପଦାର୍ଥ ସେହି ଖାଦ୍ୟରେ ତୁରନ୍ତ ତରଳି ଯାଇପାରେ ଏବଂ ଏହି ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଅନେକ ଗମ୍ଭୀର ରୋଗ ହୋଇପାରେ ।

Comments are closed.