ପୁଣି ବ୍ରିଟେନରେ କରୋନା ଭୟ

ଲଣ୍ଡନ: ଦୀର୍ଘ ଦିନର ବ୍ୟବଧାନ ପରେ ଏବେ ପୁଣି କଡ ଲେଉଟାଇଲାଣି କରୋନା । ବଢିଛି ଭୟ ଏବଂ ଆଲର୍ଟରେ ରହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଦୀର୍ଘ ଦିନର ବ୍ୟବଧାନ ପରେ ଏଠାକାରବାସୀଙ୍କୁ ପୁଣି କରୋନା ଡରାଇଲାଣି । ସେଠାରେ ଜନ୍ମ ନେଇଛି ଏକ ନୂଆ ଭାରିଆଣ୍ଟ । ଯାହାର ନାମ ରହିଛି ଏରିସ୍ । କରୋନାର ଏହି ନୂଆ ଭାରିଆଣ୍ଟକୁ ନେଇ ଏବେ ଚିନ୍ତାରେ ବିଶେଷଜ୍ଞ ।

ଗତ ମାସରେ ଏହା ପ୍ରଥମଥର ପାଇଁ ବ୍ରିଟେନରେ ଚିହ୍ନଟ ହୋଇଥିଲା । ସେବେଠାରୁ ପ୍ରତିଦିନ ସେଠାରେ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ଇଂଲଣ୍ଡର ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା ମୂତାବକ ଏହି ନୂତନ ପ୍ରକାର ଭାରିଆଣ୍ଟ ହେଉଛି ୫.୧ । ଏହା ପ୍ରଥମେ ଜୁନ୍ ମାସରେ ଚିହ୍ନଟ ହୋଇଥିଲା । ଯାହା କି ବତ୍ତର୍ମାନ ସାରା ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ହୁ ପକ୍ଷରୁ କୁହାଯାଇଛି, ଅନ୍ୟ ଭାରିଏଣ୍ଟ ତୁଳନାରେ ଏହା ବେଶି ଗମ୍ଭୀର ନୁହେଁ ।

ମିିଳିଥିବା ସୂଚନା ଅନୁସାରେ, କରୋନାର ଏହି ନୂଆ ଭାରିଏଣ୍ଟ ପ୍ରଥମେ ଜୁଲାଇ ୧୦ରେ ସାମ୍ନାକୁ ଆସିଥିଲା । ଏହା ଉପରେ ସ୍ୱାସ୍ଥ୍ୟ ବିଭାଗର ନଜର ଥିଲା । ହେଲେ ଏବେ ଦେଖିବାକୁ ମିଳୁଛି, ଏହାର ସଂକ୍ରମଣ ହାର ଅଧିକ ରହିଛି ।

ୟୁକେ ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ଅନୁସାରେ ଓମିକ୍ରନ ଭାଇରସ ଏହି ଏରିସ ଭାରିଆଣ୍ଟର ବଂଶଜ ଅଟେ । ସେଥିପାଇଁ ଏହାର ନାମ EG.5.1 ନାମ ରଖାଯାଇଛି । ଏହି ଭାରିଏଣ୍ଟ ଦ୍ୱାରା ନାକରୁ ପାଣି ବାହାରିବ । ମୁଣ୍ଡ ବିନ୍ଧା ହେବା ସହ ହାଲିଆ ଲାଗିବ । ଛିଙ୍କ ହେବା, ଗଳା ଦରଜ ଇତ୍ୟାଦି ଲକ୍ଷଣ ମଧ୍ୟ ଦେଖାଯାଏ । ଯଦି ଏମିତି କିଛି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ କୋଭିଡ ଟେଷ୍ଟ କରାଇ ନେବା ଉଚିତ ।

Comments are closed.