ପୁଣି ନିଲମ୍ବିତ ହେଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭାରୁ ନିଲମ୍ବିତ ହେଲଷ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ ବ୍ରାୟନ । ମୌସୁମୀ ଅଧିବେଶନର ବଳକା ଦିନ ପାଇଁ ତାଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଆଜି କାର୍ଯ୍ୟକାଳ ଚାଲିଥିବା ସମୟରେ ବ୍ରାୟନଙ୍କୁ ମୌସୁମୀ ଅଧିବେଶନରୁ ନିଲମ୍ବନ କରାଯାଇଥିବା ଘୋଷଣା କରିଥିଲେ ।

ଆଜି ସଂସଦରେ ଏନଡିଏ ସରକାର ବିରୋଧରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ ହେବ । ଏ ନେଇ ଆଜି ଲୋକସଭାରେ ଆଲୋଚନା ହେବ । ବୁଧବାର ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ମତଦାନ ହୋଇପାରେ । ଏପରି ଏକ ସମୟରେ ଟିଏମସି ନେତା ଡେରେକ ଓ ବ୍ରାୟନଙ୍କ ନିଲମ୍ବନ କରାଯାଇଛି ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଗତକାଲି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଏବଂ ଟିଏମସି ସାଂସଦ ଡେରେକ ଓ ବ୍ରାୟନଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା । ଟିଏମସି ସାଂସଦ ପବ୍ଲିସିଟି ପାଇଁ ଗୃହରେ ନାଟକବାଜି କରୁଥିବା ଅଭିଯୋଗ କରିଥିଲେ ଅଧ୍ୟକ୍ଷ ଧନଖଡ ।

ଦିଲ୍ଲୀ ବିଲ୍ ସମ୍ପର୍କରେ ଟିଏମସି ସାସଂଦ ଦେଉଥିବା ଭାଷଣକୁ ବନ୍ଦ କରିବାକୁ ବାରମ୍ବାର କୁହାଯାଉଥିଲେ ହେଁ ସେ ବନ୍ଦ କରି ନ ଥିଲେ । ଏହାପରେ ଅଧ୍ୟକ୍ଷ ଜଗଦୀପ ଧନଖଡ ତାଙ୍କ ଉପରେ ବିରକ୍ତ ହୋଇଥିଲେ । ‘ଏହା ଆପଣଙ୍କର ଅଭ୍ୟାସ ହୋଇଗଲାଣି, ଆପଣ ଏକ ରଣନୀତି ପ୍ରସ୍ତୁତ କରି ଏପରି କରୁଛନ୍ତି । ଆପଣଙ୍କୁ ଲାଗୁଛି ଯେ ଆପଣ ବାହାରେ ପବ୍ଲିସିଟି ନେବେ । ଆପଣ ଗୃହର ସମୟ ନଷ୍ଟ କରୁଛନ୍ତି ’ ଏମିତି କହି ତାଙ୍କ ଉପରେ ବର୍ଷିଥିଲେ ରାଜ୍ୟସଭା ଅଧ୍ୟକ୍ଷ ।

Comments are closed.