କେଉଁ ଠାକୁରଙ୍କୁ କେଉଁ ଫୁଲ ?

ଭୁବନେଶ୍ୱର: ଠାକୁର ପୂଜା ଓଡ଼ିଆ ଘରର ପରମ୍ପରା । କେବଳ ଯେ, ଏହା ଓଡ଼ିଆ ଳେଶକଙ୍କର ନୁହଁ ବରଂ ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ପ୍ରତି ଦେବୀ-ଦେବତାଙ୍କୁ ପୂଜା କରିବାର ସଠିକ ପରମ୍ପରା ରହିଛି । ଭଗବାନଙ୍କୁ ତାଙ୍କର ଭକ୍ତ ତାଙ୍କ ପ୍ରିୟ ଫୁଲ ଅର୍ପଣ କରନ୍ତି । ଫଳରେ ଭଗବାନ ଏଥିରେ ସନ୍ତୁଷ୍ଟ ହୋଇ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ହେଲେ ଠାକୁରଙ୍କୁ ଏମିତି କିଛି ଫୁଲ ଅର୍ପଣ କରନ୍ତୁ ନାହିଁ ଯାହାଦ୍ୱାରା ସେ କ୍ରୋଧିତ ହେବେ । ଆଜି ଆସନ୍ତୁ ଜାଣିବା କେଉଁ ଫୁଲ କେଉଁ ଠାକୁରଙ୍କୁ ଦେବା ଉଚିତ ଓ କେଉଁ ଫୁଲ ଦିଅନ୍ତି ନାହିଁ ।

ଶ୍ରୀରାମ : ଧାର୍ମିକ ମାନ୍ୟତା ଅନୁସାରେ ରାମଜୀଙ୍କ ପୂଜାରେ ଭୁଲ କରି ବି କନିଅର ଓ ମାଧବୀ ଫୁଲ ଅର୍ପଣ କରନ୍ତୁ ନାହିଁ । ଏହା ବ୍ୟତୀତ ଆପଣ ଟଗର, ଗେଣ୍ଡୁ ଭଳି ଅନ୍ୟ ଫୁଲ ଦେଇ ପାରିବେ ।
ଭଗବାନ ବିଷ୍ଣୁ : ଭଗବାନ ବିଷ୍ଣୁଙ୍କୁ ଅଗସ୍ତ୍ୟ ଓ ମାଧବୀ ଫୁଲ ଅର୍ପଣ କରନ୍ତୁ ନାହିଁ । ଅନ୍ୟ ଫୁଲ ଅର୍ପଣ କରି ପାରିବେ ।
ମା’ ପାର୍ବତୀଙ୍କୁ ଚଢାନ୍ତୁ ନାହିଁ ଏହି ଫୁଲ : ମା’ ପାର୍ବତୀଙ୍କୁ ଭୁଲରେ ମନ୍ଦାର ଫୁଲ ଅର୍ପଣ କରନ୍ତୁ ନାହିଁ । ମା’ ରୁଷ୍ଟ ହୋଇ ଫଳ ଦିଅନ୍ତି ନାହିଁ ।

ଭଗବାନ ଶିବଙ୍କ ଠାରୁ ଦୂରରେ ରଖନ୍ତୁ ଏହି ଫୁଲ : ଭଗବାନ ଶିବଙ୍କୁ କେତକୀ ଫୁଲ ଅର୍ପଣ କରନ୍ତୁ ନାହିଁ । ଏହାଦ୍ୱାରା ଭଗବାନ ଶିବ କ୍ରୋଧିତ ହୁଅନ୍ତି ।

ସୂର୍ଯ୍ୟଦେବଙ୍କୁ ଏହି ଫୁଲ ଅର୍ପଣ କରନ୍ତୁ ନାହିଁ : ମାନ୍ୟତା ଯେ ସୂର୍ଯ୍ୟଦେବଙ୍କ ପୂଜା ସମୟରେ ବେଲପତ୍ର ଅର୍ପଣ କରନ୍ତୁ ନାହିଁ । ଏଥିରେ ସୂର୍ଯ୍ୟଦେବ ଅସନ୍ତୁଷ୍ଟ ହୋଇଥାନ୍ତି ।

Comments are closed.