ହଳଦୀ କ୍ଷୀରରେ ଭରି ରହିଛି ଔଷଧୀୟ ଗୁଣ, ଜାଣନ୍ତୁ କ’ଣ
ଭୁବନେଶ୍ୱର : ହଳଦୀ ନିଜର ଆଣ୍ଟିସେପ୍ଟିକ୍ ଓ ଆଣ୍ଟିବାୟୋଟିକ୍ ଗୁଣ ପାଇଁ ପରିଚିତ। ସେହିପରି କ୍ଷୀରରେ ଥାଏ ପ୍ରଚୁର ପ୍ରୋଟିନ୍, ଭିଟାମିନ୍ ଓ କ୍ୟାଲ୍ସିୟମ୍, ଯାହା ଆମ ଶରୀର ପାଇଁ ଅମୃତତୁଲ୍ୟ। ଯେବେ ଏହି ଦୁଇଟି ଜିନିଷ ମିଶିଯାଏ, ଏହା ଶରୀର ପାଇଁ କେତେ ଉପକାରୀ ସାବ୍ୟସ୍ତ ହୋଇଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…
-ଯଦି ଶରୀରର କୌଣସି ଅଂଶ ଖଣ୍ଡିଆ ହୋଇଯାଏ, ସାଙ୍ଗେସାଙ୍ଗେ ହଳଦୀ ମିଶା ଉଷୁମ କ୍ଷୀର ପିଇଲେ ଆରାମ ଲାଗିଥାଏ। ଏହା ଖଣ୍ଡିଆକୁ ଶୀଘ୍ର ଶୁଖିବାରେ ସାହାଯ୍ୟ କରିଥାଏ।
-ଦେହହାତ ଦରଜ ହେଉଥିଲେ କିମ୍ବା ରାତିରେ ନିଦ ହେଉ ନଥିଲେ ଶୋଇବାର ଅଧ ଘଣ୍ଟା ପୂର୍ବରୁ ହଳଦୀ ମିଶା ଉଷୁମ କ୍ଷୀର ପିଇଲେ ନିଦ ଭଲ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
-କୁହାଯାଏ, ନିୟମିତ କ୍ଷୀର ପିଇଲେ ତ୍ୱଚାରେ ପ୍ରାକୃତିକ ଚମକ୍ ଆସିଥାଏ। ଆଉ ଯଦି କ୍ଷୀରରେ ସାମାନ୍ୟ ହଳଦୀ ମିଶାଇ ନିୟମିତ ପିଆଯାଏ, ତା’ହେଲେ ତ୍ୱଚା ଜନିତ ସମସ୍ୟା ଯଥା: ଇନ୍ଫେକ୍ସନ୍, ତ୍ୱଚା କୁଣ୍ଡାଇହେବା, ବ୍ରଣ ଆଦି ସମସ୍ୟା ଧୀରେ ଧୀରେ ଠିକ୍ ହୋଇଯାଏ। ଯଦ୍ଦ୍ବାରା ତ୍ୱଚା ସଫା, ସୁସ୍ଥ ଆଉ ଚମକ୍ଦାର ଦେଖାଯାଇଥାଏ।
-କ୍ଷୀରରେ କ୍ୟାଲ୍ସିୟମ୍ ରହୁଥିବାରୁ ଏହା ଅସ୍ଥିକୁ ମଜଭୁତ୍ କରିଥାଏ। ହଳଦୀ ମିଶା କ୍ଷୀର ପିଇଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବି ବୃଦ୍ଧି ପାଇଥାଏ।
Comments are closed.