ଏଣିକି ରାଜ୍ୟରେ ଅପରାଧ ରୋକିବ ହ୍ୱାଟ୍ସଆପ୍ ନମ୍ବର

ଭୁବନେଶ୍ୱର: ଦିନକୁ ଦିନ କ୍ରାଇମ୍, ଲୁଟ ଓ ଡକାୟତି ଆଦି ବଢିବାରେ ଲାଗିଛି । ଅପରାଧ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଭୁବନେଶ୍ୱରରେ ଏହି ସମସ୍ୟାର ସମାଧାନ ପାଇଁ ନୂଆ ବ୍ୟବସ୍ଥା କରିଛି ପୋଲିସ । କାଲିଠାରୁ ହ୍ୱାଟ୍ସଆପ ନମ୍ବର ଜାରି କରିବ କମିଶନରେଟ୍ ପୋଲିସ । କୌଣସି ସ୍ଥାନରେ ଅପରାଧ ଘଟିଲେ ଲୋକମାନେ ହ୍ୱାଟ୍ସଆପ ନମ୍ବର ମାଧ୍ୟମରେ ଜଣାଇପାରିବେ ।

ଏହା ପୂର୍ବରୁ ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ସହାୟତା ନମ୍ବର ଜାରି ହୋଇଥିଲା । ସହାୟତା ନମ୍ବର ହେଉଛି-୭୪୪୦୦୦୬୭୦୯ । ଏଥିରେ ଠକଙ୍କ ମୋବାଇଲ ନମ୍ବର ବ୍ଲକ ସହ ଆକାଉଣ୍ଟ ଖୋଲିଲେ ବ୍ଲକ କରାଯିବ । ଠକେଇ ଟଙ୍କା କୁଆଡେ ଯାଇଛି ଓ କୋଉ ଆକାଉଣ୍ଟକୁ ଯାଉଛି ଧରାଯିବ । ଠକେଇ ହେବାର ପ୍ରଥମ ଏକ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । ସଙ୍ଗେ ସଙ୍ଗେ ହେଲପ ଲାଇନ୍ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି ।

Comments are closed.