ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ, ୧୫ା୩: ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ । ସର୍ବଭାରତୀୟସ୍ତରର ପ୍ରାୟ ୧୦ ଲକ୍ଷ କର୍ମଚାରୀ ଏହି ଧର୍ମଘଟରେ ନେଇଛନ୍ତି । ଧର୍ମଘଟରେ ୯ଟି ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀ ସଂଘ ସାମିଲ ହୋଇଛନ୍ତି ।ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ (ୟୁବିଏଫ୍‌ୟୁ) ଏହି ଧର୍ମଘଟ ଡାକରା ଦେଇଛି।

ଗତକାଲିଠାରୁ ବ୍ୟାଙ୍କଗୁଡ଼ିକ ଛୁଟି ପାଇଁ ବନ୍ଦ ରହିଥିବା ବେଳେ ସୋମବାର ଓ ମଙ୍ଗଳବାର ଧର୍ମଘଟ ଶେଷ ହେବା ପରେ ବୁଧବାର ଠାରୁ ବ୍ୟାଙ୍କ ସେବା ପୁଣି ସ୍ବାଭାବିକ ହେବ। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ଅନେକ ରାଷ୍ଟ୍ରାୟତ ବ୍ୟାଙ୍କର କାର୍ଯ୍ୟାଳୟ ଓ ଶାଖାଗୁଡ଼ିକରେ ଏହାର ପ୍ରଭାବ ପଡ଼ିବ ବୋଲି ଉକ୍ତ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ସେହିପରି ବ୍ୟାଙ୍କରୁ ଟଙ୍କା ଉଠାଇବା, ଜମା କରିବା, ଚେକ୍ କ୍ଲିୟରାନ୍ସ ଭଳି ସେବା ଉପରେ ମଧ୍ୟ ପ୍ରଭାବ ପଡ଼ିବ । ଧର୍ମଘଟ ସମୟରେ ଏଟିଏମଗୁଡ଼ିକ ସେବା ଜାରି ରହିବ ।

ତେବେ ସର୍ବଭାରତୀୟ ସ୍ତରରେ ଧର୍ମଘଟରେ ପ୍ରାୟ ୧୦ ଲକ୍ଷ କର୍ମଚାରୀ ସାମିଲ ହେବେ। ସେହିଭଳି ଓଡ଼ିଶାରେ ଧର୍ମଘଟ ଯୋଗୁ ୫୫୦୦ରୁ ଅଧିକ ବ୍ୟାଙ୍କ ଶାଖା ବନ୍ଦ ରହିବେ। ଓଡ଼ିଶାରେ ୩୦ ହଜାରରୁ ଅଧିକ କର୍ମଚାରୀ ଓ ଅଧିକାରୀ ଏଥିରେ ସାମିଲ ହେବେ।

Comments are closed.