ପ୍ରେମିକାକୁ ବାହାହେଲେ କ୍ରିକେଟର ଜସପ୍ରୀତ ବୁମରା, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଷ୍ଟାର ପେସ୍‌ ବୋଲର ଜସପ୍ରୀତ ବୁମରା ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସ୍ପୋର୍ଟସ୍ ଆଙ୍କର ସଞ୍ଜନା ଗଣେସନଙ୍କ ସହ ତାଙ୍କର ବାହାଘର ସମ୍ପନ୍ନ ହୋଇଛି । ପଞ୍ଜାବର ରୀତିନୀତି ଓ ଘନିଷ୍ଠ ସମ୍ପର୍କୀଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟଙ୍କ ବାହାଘରକୁ ନେଇ ଗତ କିଛି ଦିନ ହେବ ବେଶ ଚର୍ଚ୍ଚା ଜୋର ଧରିଥିଲା । ଆଜି ଦୁଇ ପରିବାରବର୍ଗଙ୍କ ଉପସ୍ଥିତିରେ ଗୋଆରେ ଉପସ୍ଥାପିକା ସଞ୍ଜନା ଗନେସାନଙ୍କୁ ବିବାହ କରିଛନ୍ତି ବୁମ‌ରା।

ତେବେ ସଞ୍ଜନା ସ୍ପୋର୍ଟସ୍ ଆଙ୍କର ହେବା ବ୍ୟତୀତ ସେ ଅନେକ ବ୍ୟାଡମିଣ୍ଟନ୍ ଏବଂ ଫୁଟବଲ୍ ଇଭେଣ୍ଟରେ ମଧ୍ୟ ହୋଷ୍ଟ କରିଛନ୍ତି। ସଞ୍ଜନା ସିମ୍ବୋସିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପୁଣେରୁ ସଫ୍ଟୱେୟାର ଇଞ୍ଜିନିୟର ଡିଗ୍ରୀ ହାସଲ କରିଛନ୍ତି। ଏହି ୨୪ ବର୍ଷୀୟା ଯୁବତୀ ୨୦୧୮ ମସିହାର ମିସ୍‌ ଇଣ୍ଡିଆ ପ୍ରତିଯୋଗିତାର ଫାଇନାଲିଷ୍ଟ୍‌ ମଧ୍ୟ। ଜଣେ ସ୍ପୋର୍ସ(ଖେଳ) ଉପସ୍ଥାପିକା ଭାବେ ନିଜର ବୃତ୍ତିଗତ ଜୀବନୀ ଆରମ୍ଭ କରିବା ପୂର୍ବରୁ ଏମଟିଭିର ସ୍ପିଲଟସଭିଲା ପ୍ରତିଯୋଗିତାରେ ଦେଖିବାକୁ ମିଳିଥିଲେ।

ଜସପ୍ରୀତ ବାହାଘର ପାଇଁ ବିସିସିଆଇଠାରୁ ଛୁଟି ଆଣିଥିଲେ । ଯାହା ଫଳରେ ଇଂଲଣ୍ଡ ବିରୋଧ ଟି-୨୦ ମ୍ୟାଚରେ ସେ ଅଂଶଗ୍ରହଣ କରିପାରିନଥିଲେ । ଉଭୟ ଜସପ୍ରୀତ ଓ ସଞ୍ଜନା ନିଜ ସମ୍ପର୍କକୁ ଗୋପନୀୟ ରଖିଥିଲେ । କେବେ ବି ଗଣମାଧ୍ୟମ ସାମ୍ନାକୁ ଏକାଠି ଆସିନଥିଲେ । ଏଥିପାଇଁ ସେମାନଙ୍କ ବାହାଘରକୁ ନେଇ ପ୍ରଶଂସକମାନେ ବି ଆଶ୍ଚର୍ଯ୍ୟ ହୋଇଛନ୍ତି ।

Comments are closed.