ପୁରୀ ବସ ଷ୍ଟାଣ୍ଡରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ଟି ବସ୍

ଭୁବନେଶ୍ୱର: ପୁରୀ ବସଷ୍ଟାଣ୍ଡରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗିବା କାରଣରୁ ଜଳିଯାଇଛି ୪ଟି ଯାତ୍ରୀବାହୀ ବସ୍ । ବସ ତିନିଟି ଛିଡା ହୋଇଥିବା ବେଳେ ଲାଗିଥିଲା ନିଆଁ । ୨ଟି ଅଗ୍ନିଶମ ଗାଡି ଦ୍ୱାରା ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଚାଲିଛି । ନିଆଁ ଲାଗିବା କାରଣରୁ ୨ ଟି ବସ୍ ହୁତୁ ହୁତୁ ହୋଇ ଜଳିଥିଲା । ତୃତୀୟ ବସରେ ନିଆଁ ଲାଗିବା ସମୟରେ ନିଆଁକୁ ଆୟତ୍ତ କରାଯାଇଥିଲା ।

ତେବେ ଗୋଟିଏ ବସରେ ନିଆଁ ଲାଗିବା ପରେ ପାଖ ଦୁଇଟି ବସକୁ ବ୍ୟାପିଥିଲା । ବସଷ୍ଟାଣ୍ଟରେ ଲାଗିଥିବା ନିଆଁରେ ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି । ଅନ୍ୟପଟେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

Comments are closed.