ପାନପତ୍ର ଖାଇଲେ କଣ ମିଳେ ଫାଇଦା
ଭାରତରେ ସାଧାରଣ ଭାବେ ପାନ ପତ୍ରକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଏ। ଏହାର ସ୍ୱାଦ କିଛି ଲୋକଙ୍କୁ ବହୁତ ଭଲ ଲାଗିଥାଏ। ହିନ୍ଦୁ ଧର୍ମରେ ପାନପତ୍ରକୁ ଶୁଭ ମନାଯାଏ। ଏଥିରେ ଔଷଧିୟ ଗୁଣ ମଧ୍ୟ ରହିଛି। ଏହାକୁ ପୂଜା ତଥା ଧାର୍ମିକ କାର୍ଯ୍ୟରେ ଲଗାଯାଏ । ଆୟୁର୍ବେଦରେ ପାନ ପତ୍ରକୁ ବହୁତ ଗୁଣକାରୀ ମନାଯାଇଛି। ଏହାର ସେବନ ଦ୍ୱାରା ଅଲସର ଓ ଡାଇବେଟିଜ ରୋଗ ରୁ ମୁକ୍ତି ମିଳିଥାଏ।
ଭାରତୀୟ ମାନଙ୍କ ଖାଦ୍ୟରେ ଏକ ଖାସ ସ୍ଥାନ ପାନର ରହିଛି। ଦେଖିବାକୁ ଗଲେ ପାନ ଖାଇବା ସମସ୍ତଙ୍କୁ ପସନ୍ଦ। ତେବେ ପାନ କେବଳ ପାଟିକୁ ସୁଆଦିଆ ଲାଗେ ତାହା ନୁହଁ ଏଥିରେ ଭରି ରହିଛି ଅନେକ ଔଷଧିୟ ଗୁଣ। ପୌରାଣିକ ଶାସ୍ତ୍ରରେ ପାନ ପତ୍ର ଶୁଭ ହୋଇଥାଏ। ଏହା ବ୍ୟତୀତ ପାନ ପତ୍ର କେତେକ ରୋଗ ଭଲ କରିବାରେ ମଧ୍ଯ ସାହାଯ୍ୟ କରିଥାଏ।
ପ୍ରାୟ ଲୋକ ଖାଦ୍ୟ ଖାଇବା ପରେ ପାନର ସେବନ କରନ୍ତି । ଏମିତି କରିଲେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ । ଆମର ପାଚନ ତନ୍ତ୍ର ସବୁ ବେଳେ ସୁସ୍ଥ ରହିଥାଏ । ପାନପତ୍ର ନା କେବଳ ଶୁଭ କାର୍ଯ୍ୟରେ ବ୍ୟବହାର ହୁଏ ବରଂ ଏହାକୁ ଆମେ ମାନେ ଅନେକ ରୋଗ ଭଲ କରିବା ପାଇଁ ବ୍ୟବହାର କରିଥାନ୍ତି । କେବଳ ସେତିକି ନୁହେଁ ଚର୍ମର ସମସ୍ତ ସମସ୍ୟା ଦୂର କରିବା ପାଇଁ ପାନ ପତ୍ରର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଚର୍ମରେ ଥିବା କଳା ଦାଗ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପାନ ପତ୍ରରେ ଅନେକ ଔଷଧ ଗୁଣ ଅଛି। ଏହା ମୁହଁ ସଫା କରିବା ସହିତ ଆଲର୍ଜି ମଧ୍ୟ ଦୂର କରିଥାଏ । ପାନ ପତ୍ରରେ ଆୟୋଡିନ, ପୋଟାସିୟମ, ଭିଟାମିନ ଏ, ଭିଟାମିନ ବି୧ , ଭିଟାମିନ ବି୨ ଓ ନିକୋଟେନିକ ଏସିଡ ଭଳି ପୋଷକ ତତ୍ତ୍ୱ ରହିଛି।
ଏବେ ଜାଣନ୍ତୁ ଫାଇଦା:
ଯଦି କୌଣସି ବ୍ୟକ୍ତି ପେଟ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ଅଛନ୍ତି ତେବେ ପାନ ପତ୍ର ଖାଇଲେ ଅନେକ ଫାଇଦା ମିଳିବ। ଏହାକୁ ଖାଇଲେ ମେଟାବୋଲିଜିମ ଇମପ୍ରୁଭ ହୋଇଥାଏ। ଏହାସହିିତ ପାଚନ , ଅଲସର ଓ କବ୍ଜ ଭଳି ସମସ୍ୟା ରୁ ଆରାମ ମିଳେ। ଏହାକୁ ଖାଇଲେ ହଜମ ପ୍ରକ୍ରିୟା ଭଲ ରୁହେ।
ଶରୀରରେ ଫ୍ୟାଟ ବଢ଼ିବା ଫଳରେ ଓଜନ ବୃଦ୍ଧି ହୋଇଥାଏ। ଆଜିକାଲି ଖରାପ ଖାଦ୍ୟ ସେବନ ଦ୍ୱାରା ଏହି ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ଏମିତିରେ ପାନ ପତ୍ର ରସଆପଣଙ୍କୁ ଅନେକ ଫାଇଦା ଯୋଗାଇବ। ଓଜନ କମ କରାଇବ।
ପାନ ପତ୍ର ଶରୀରକୁ ଗ୍ଲୁକୋଜ ଲେବଲକୁ ମେଣ୍ଟେନ କରିଥାଏ। ଏହା ଶରୀରର ଖଣ୍ଡିଆ ସ୍ଥାନରେ ଲଗାଇଲେ ଶୀଘ୍ର ସୁଖିଯାଏ। ଏହାଦ୍ୱାରା ବଡ଼ି କୋଲେଷ୍ଟ୍ରଲ ମଧ୍ୟ କମିଥାଏ।
Comments are closed.