ଶୀତ ଅଧିବେଶନରେ ଯୋଗ ଦେବେନି ରାହୁଲ ଗାନ୍ଧି
ନୂଆଦିଲ୍ଲୀ: କଂଗ୍ରେସ ନେତାମାନେ ରାହୁଲ ଗାନ୍ଧିଙ୍କ ସହ ଏବେ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ଅଛନ୍ତି। ଆଗକୁ ବିଭିନ୍ନ ରାଜ୍ୟରେ ଏହି ବିଶାଳ ପଦଯାତ୍ରା କେମିତି ସଫଳତାର ସହ ଆଗକୁ ବଢ଼ିବ, ସେହି କାମରେ ବରିଷ୍ଠ ନେତାମାନେ ବ୍ୟସ୍ତ ରହିବେ। ତେଣୁ ରାହୁଲ ଗାନ୍ଧିଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ଶୀତ ଅଧିବେଶନରେ ଅନୁପସ୍ଥିତ ରହିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଦଳର ନେତୃବୃନ୍ଦମାନେ ଭାରତ ଯୋଡ଼ୋ ଯାତ୍ରାର ସଫଳତା ଉପରେ ବେଶୀ ଫୋକସ କରିବାକୁ ଚାହୁଁଛନ୍ତି। ଏଯାଏ ଭାରତ ଯୋଡ଼ୋ ଯାତ୍ରାକୁ ମିଳିଥିବା ସଫଳତା ଯେମିତି ଆଗକୁ ମଧ୍ୟ ଜାରି ରହିବ, ସେ ଲକ୍ଷ୍ୟରେ କଂଗ୍ରେସ ରହିଛି। ଭାରତ ଯୋଡ଼ୋ ଯାତ୍ରାର ସଫଳତା ପାଇଁ ବରିଷ୍ଠ ନେତା ଉପସ୍ଥିତ ରହିବା ଜରୁରୀ। ତେଣୁ ସେମାନେ ଶୀତ ଅଧିବେଶନରୁ ଦୂରେଇ ରହି ଯାତ୍ରାରେ ସାମିଲ ହେବାକୁ କୁହାଯାଇଛି। ସେମାନେ ମଧ୍ୟ ଏହି ନିଷ୍ପତ୍ତି ଅନୁସାରେ କାମ କରିବାକୁ ରାଜି ହୋଇଛନ୍ତି।
ଆସନ୍ତା ବୁଧବାର ଠାରୁ ସଂସଦର ଉଭୟ ସଦନରେ ଶୀତ ଅଧିବେଶନ ଆରମ୍ଭ ହେବ। ଗୁଜରାଟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାୟ ଗୋଟିଏ ମାସ ବିଳମ୍ବରେ ସଂସଦର ଶୀତ ଅଧିବେଶ ଆରମ୍ଭ ହେବାକୁ ଯାଉଛି।
ଏହାପୂର୍ବରୁ ଆଜି କଂଗ୍ରେସ ଅପରାହ୍ନ ୪ଟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି। ଏହି ବୈଠକରେ ରାଜ୍ୟସଭାରେ କିଏ ବିରୋଧୀ ଦଳ ନେତା ଭାବେ କାମ କରିବେ, ତା’ ଉପରେ ନିଷ୍ପତ୍ତି ହେବ। ସେହିପରି ସୋନିଆ ଗାନ୍ଧି ଶୀତ ଅଧିବେଶନରେ ଦଳର ରଣନୀତି ସମ୍ପର୍କରେ ମଧ୍ୟ ବରିଷ୍ଠ ନେତାମାନଙ୍କ ସହ ମିଶି ପ୍ରସ୍ତୁତ କରିବେ।
Comments are closed.