ଭିଜିଲାନ୍ସ ଜାଲରେ ଇଲେକ୍ଟ୍ରି ବିଭାଗର ଆକାଉଣ୍ଟାଣ୍ଟ
ବଲାଙ୍ଗୀର, ସୁଜାତା ମିଶ୍ର : ଗତ କିଛି ଦିନ ହେବ ବଲାଙ୍ଗିର ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ରେଡ କରୁଛି ଭିଜିଲାନସ ବିଭାଗ । ଆଜି ପୁଣି ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ୱେସ୍କୋ ସୁପରିନଟେଣ୍ଡେଣ୍ଟ ଅଫିସର ଆକାଉଣ୍ଟାଣ୍ଟ ବିଭୂତି ଶଙ୍କର ବିନ୍ଧାଣୀଙ୍କ ଘରେ ଚଢଉ କରିଛି ଭିଜିଲାନ୍ସ । ବଲାଙ୍ଗିର ସର୍କିଟ ହାଉସ ନିକଟରେ ଥିବା ଘର ଏବଂ ପ୍ୟାଲେସଲାଇନ ଠାରେ ଥିବା ୱେସ୍କୋ କାର୍ଯ୍ୟାଳୟରେ ଏକକାଳୀନ ଚଢଉ କରିଛି ଭିଜିଲାନ୍ସ । ବଲାଙ୍ଗିର, ସୋନପୁର, ବରଗଡ ଏବଂ ସମ୍ୱଲପୁର ଭିଜିଲାନସ ବିଭାଗ ଏହି ଚଢଉରେ ସାମିଲ ହୋଇଛନ୍ତି । ତେବେ ନଗଦ ୧୬,୩୨,୨୫୦ ଟଙ୍କା ଜବତ ହୋଇଥିବା ସହ ସୁନା ଅଳଙ୍କାର ମଧ୍ୟ ଜବତ କରିଛି ଭିଜିଲାନ୍ସ । ଅନ୍ୟ ସମ୍ପତି ସମ୍ପର୍କରେ ଅଧିକ ଆକଳନ ଚାଲିଥିବା ଜଣାପଡିଛି ।
Comments are closed.