ସମ୍ବଲପୁରରେ ଏଥର ଫିକା ହେବ ଜିରୋନାଇଟ ସେଲିବ୍ରେସନ

ସମ୍ବଲପୁର, ତୁସବନ୍ତ ଯୋଶୀ : ଏଥର ଫିକା ପଡିବ ଇଂରାଜୀ ନବବର୍ଷ ସ୍ୱ।ଗତ ସେଲିବ୍ରେସନ । ଏଥର ଇଂରାଜୀ ନବବର୍ଷ କୁ ସ୍ୱ।ଗତ କରିବା ପାଇଁ ଆୟୋଜନ ରେ ବାଧା ଦେଇଛି ମହାମାରି କରୋନା କଟକଣା । ସମ୍ବଲପୁର ଠାରେ ଏଥର ନବବର୍ଷ କୁ ସ୍ୱ।ଗତ ପାଇଁ ଆୟୋଜନ ହେଉଥିବା ଜିରୋନାଇଟ ସେଲିବ୍ରେସନ ଉପରେ ସରକାରୀ କଟକଣା ଥିବାରୁ ଏଥର ଜିଲ୍ଲା ରେ ସମସ୍ତ ପ୍ରକାର ସେଲିବ୍ରେସନ ଆୟୋଜନ ଉପରେ ଲାଗିଛି ରୋକ । ସମ୍ବଲପୁର ଜିଲ୍ଲା ରେ ଜିଲ୍ଲା ପୋଲିସ ପ୍ରସାସନ ତରଫରୁ ଏନେଇ ନିର୍ଦେଶନାମା ଯାରି କରାଯାଇ ମହାମାରି କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ସମସ୍ତ ଜନସାଧାରଣ କଟକଣା ନିୟମକୁ ମାନି ଜିରୋନାଇଟ ସେଲିବ୍ରେସନ ନକରିବା ପାଇଁ କୁହାଯାଇଛି । ଏଥିସହ ସହରର ସମସ୍ତ କ୍ଳବ, ହୋଟେଲ, ସାର୍ବଜନୀନ ମଣ୍ଡପ ସହ ଲୋକ ଏକତ୍ରିତ ହେବାକୁ ଥିବା ସ୍ଥାନରେ ଜିରୋନାଇଟ ସେଲିବ୍ରେସନ ଉପରେ କଟକଣା ଯାରି କରିଛି ସମ୍ବଲପୁର ପୋଲିସ । ସମ୍ବଲପୁର ପୋଲିସ ଜିଲ୍ଲାର ସବୁ ଥାନାର ଥାନାଅଧିକାରୀ ମାନଙ୍କୁ ପୋଲିସର କଟକଣା ଯେପରି ସଠିକ ଭାବରେ ପାଳନ ହେବ ସେନେଇ ପଦକ୍ଷେପ ନେବାକୁ ଜିଲ୍ଲା ପୋଲିସ ଏସପି କଡା ନିର୍ଦ୍ଧେଶ ଦେଇଛନ୍ତି । ତେବେ ଜିଲ୍ଲା ପୋଲିସ ପ୍ରସାସନର ଏଭଳି ନିଷ୍ପତ୍ତିକୁ ସାଧାରଣ ରେ ମଧ୍ୟ ସ୍ୱ।ଗତ କରାଯାଇଛି ।

Comments are closed.