ରେଲୱେ ଫାଟକକୁ ଧକ୍କା ଦେଲା କାର, ଦୁଇ ଗୁରୁତର

ବଲାଙ୍ଗିର, ସୁଜାତା ମିଶ୍ର : ଗତକାଲି ବଲାଙ୍ଗୀର ଜିଲ୍ଲା ସୁଦପଡା ରେଲୱେ ଫାଟକ ଠାରେ ଦୁର୍ଘଟଣା ଘଟି ଦୁଇଜଣ ଗୁରୁତର ହୋଇଛନ୍ତି । ଏକ ସ୍ୱିଫ୍ଟ କାର ପୁଇଁନ୍ତଲା ପଟରୁ ଦ୍ରୁତ ଗତିରେ ଆସି ସୁଦପଡା ରେଲୱେ ଫାଟକକୁ ଧକ୍କା ଦେବା ସହ ଦୁଇଜଣ ବାଇକ ଆରୋହୀଙ୍କୁ ଧକ୍କା ଦେଇ ଗେଟରେ ପିଟି ହୋଇଥିଲା । ଫଳରେ ଗେଟଟି ଭାଙ୍ଗି ଯାଇଥିବା ବେଲେ କାରର ସାମ୍ନା ପଟ ଭାଙ୍ଗି ଚୁରମାର ହୋଇଯାଇଥିଲା । ତେବେ କାର ଧକ୍କାରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କ ମଧ୍ୟରୁ ଜଣେ ବେଳବାହାଲି ଗାଁର ହୋମଗାର୍ଡ ଚାକିରୀ କରୁଥିବା ସୁଶାନ୍ତ ସାଏ ବୋଲି ଜଣା ପଡିଛି । ଗୁରୁତର ମାନଙ୍କୁ ପୋଲିସ ପି.ସି.ଆର ଭ୍ୟାନ ମାଧ୍ୟମରେ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲା । ତେବେ କାରଟି ବ୍ରହ୍ମପୁରରୁ ଆସୁଥିବା ବେଲେ ସେଥିରେ ଡ୍ରାଇଭର ସହିତ ତିନିଜଣ ଥିଲେ । ଡ୍ରାଇଭର କୁ ପୋଲିସ ଅଟକ ରଖିଛି । ଅନ୍ୟ ଦୁଇଜଣଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସକୁ ଜିମା ଦେଇଥିଲେ । ସେମାନେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଏନେଇ ଅଧିକ ଛାନଭିନ ଜାରୀ ରଖିଛି ବଲାଙ୍ଗିର ଟାଉନ ପୋଲିସ । ଅନ୍ୟପଟେ ମଦ ପିଇ ଦୃତ ଗତିରେ କାର ଡ୍ରାଇଭ କରି ଦୁର୍ଘଟଣା ଘଟାଇଥିବା ଅନୂମାନ କରାଯାଉଛି ।

Comments are closed.