ସଟ୍‌ଡାଉନ୍‌ ହେଲା ଭିସୁଟ

ସମ୍ବଲପୁର, ତୁସବନ୍ତ ଯୋଶୀ : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଗତ ୩ ଦିନ ହେବ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ବିଶ୍ୱବିଦ୍ୟାଳୟ ର ୨୫ ଜଣ ରୁ ଅଧିକ ଛାତ୍ରଛାତ୍ରୀ ସଂକ୍ରମିତ ଭିସୁଟ ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଅପରପକ୍ଷରେ ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଭିସୁଟ୍‌ର ୧୧ଟି ଛାତ୍ରାବାସକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛନ୍ତି। ପୁଲହ, ପୁଲସ୍ତ୍ୟ, ଅତ୍ରି, କ୍ରତୁଃ, ବାଶିଷ୍ଠ, ମରିଚି, ଅନୁରାଧା, ଅରୁନ୍ଧତୀ, ରୋହିଣୀ, ବିଶାଖା ଓ ବସୁନ୍ଧରା ଛାତ୍ରାବାସରେ ଏହି କଟକଣା ଜାରି କରାଯାଇଛି।ଏହା ସହିତ ପୁଲହ ଛାତ୍ରାବାସର ଚତୁଃପାଶ୍ୱର୍କୁ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଛି। କେବଳ ଜରୁରୀ କାର୍ଯ୍ୟ ଛଡ଼ା ଏହି ଜୋନ୍‌ରେ ଯାତାୟତ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଏହାବାଦ୍‌ ପୁଲହ ଛାତ୍ରାବାସ ନିକଟରେ ପୁଲିସ୍‌, ମେଡିକାଲ ଓ ଏସ୍‌ଏମ୍‌ସିର ଏକ ସମନ୍ୱିତ ଅସ୍ଥାୟୀ କଣ୍ଟ୍ରୋଲ୍‌ ରୁମ୍‌ ମଧ୍ୟ ଖୋଲାଯିବ ବୋଲି ନିର୍ଦେଶନାମାରେ ଉଲ୍ଲେଖ ରହିଛି। ଏସ୍‌ଏମ୍‌ସି କମିସନରଙ୍କ ତତ୍ତ୍ୱାବଧାନରେ ଏହି ଅଞ୍ଚଳକୁ ଜରୁରୀ ସାମଗ୍ରୀ ପଠାଯିବ। ଏହାସହିତ କଣ୍ଟେନମେଣ୍ଟ ଜୋନ୍‌କୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ପୁଲିସ୍‌ ନିୟୋଜିତ ହେବେ ବୋଲି ଉଲ୍ଲେଖ କରାଯାଇଛି। ତେଵେ ଏଥିସହ ଯେଉଁ ସବୁ ଛାତ୍ରାବାସରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଉକ୍ତ ଛାତ୍ରାବାସଗୁଡ଼ିକୁ ବିଶୋଧନ କରାଯାଉଥିବା ଜଣାପଡ଼ିଛି । ଏହି ଘଟଣା ପରେ ରବିବାରଠାରୁ ପ୍ରଥମ ସେମିଷ୍ଟାର୍‌ କ୍ଲାସ୍‌ ଅନ୍‌ଲାଇନ୍‌ ଯୋଗେ କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି ।

Comments are closed.