ବାହାଘର ପୂର୍ବର ଭାଇରାଲ ହେଲା ସବ୍ୟ-ଅର୍ଚ୍ଚିତାଙ୍କ ହଳଦୀ ସେରିମନି ଫଟୋ

ଭୁବନେଶ୍ୱର,୧ ।୩: ଓଲିଉଡର ବହୁ ଚର୍ଚ୍ଚିତ ଯୋଡି ସବ୍ୟସାଚୀ ମହାନ୍ତି ଓ ଅର୍ଚ୍ଚିତା ସାହୁଙ୍କର ଆଜି ବାହାଘର । ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ସେମାନଙ୍କର ବାହାଘର ହେବ । ଏନେଇ ସୋସିଆଲ ମିଡିଆରେ ଉଭୟ ସୂଚନା ଦେଇଛନ୍ତି । ତେବେ ବାହାଘର ପୂର୍ବରୁ ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ହଳଦୀ ସେରିମନି ଫଟୋ ବେଶ ଭାଇରାଲ ହେବାରେ ଲାଗିଛି ।

ହଳଦୀ ସେରିମୋନିରେ ଉଭୟଙ୍କ ପରିବାର ସଦସ୍ୟ ଉପସ୍ଥିତ ରହିଥିବାବେଳେ ଉଭୟ ସବ୍ୟ ଏବଂ ଅର୍ଚ୍ଚିତା ହଳଦୀ ଲଗାଇଥିବା ଫଟୋରେ ନଜର ଆସିଛନ୍ତି । ଏହା ପୂର୍ବରୁ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ନିର୍ବନ୍ଧ ସରିଥିଲା ।

‘ବାବୁ ଆଇ ଲଭ ୟୁ’ ଫିଲ୍ମରେ ଡେବ୍ୟୁ କରିଥିବା ଅର୍ଚ୍ଚିତା ଓଲିଉଡ ଇଣ୍ଡଷ୍ଟ୍ରିରେ ୩୦ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି । ସେହିପରି ସବ୍ୟସାଚୀ ଓଡିଆ, ବେଙ୍ଗଲୀ ଓ ତେଲୁଗୁ ଫିଲ୍ମରେ ଅଭିୟନ କରିଛନ୍ତି । ୨୦୦୭ରେ ଫିଲ୍ମ ‘ପାଗଳ ପ୍ରେମୀ’ ମାଧ୍ୟମରେ ସବ୍ୟ ଓଲିଉଡରେ ଡେବ୍ୟୁ କରିଥିଲେ । ନିଜର ରିଲ ଲାଇଫରେ ସବ୍ୟସାଚୀ ଯେମିତି ଦମଦାର ଅଭିନୟ କରିଥିଲେ ଠିକ ସେହିପରି ଅନେକ ଭଲ କାମ କରି ସେ ଏବେ ସମସ୍ତଙ୍କ ପାଇଁ ବାସ୍ତବ ଜୀବନର ହିରୋ ହୋଇଛନ୍ତି । ସବ୍ୟଙ୍କ ପରି ଜଣେ ପୁଅ ପାଇ ଆଜି ସାରା ଓଡିଶା ଗର୍ବ ଅନୁଭବ କରୁଛନ୍ତି ।

Comments are closed.