କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧ା୩: ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଆଜି କରୋନା ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ପରିସରରେ ଥିବା ଡିସପେନସାରୀରେ ମୁଖ୍ୟମନ୍ତ୍ରୀ କୋଭାକ୍ସିନ ଟିକା ନେଇଥିବା ଜଣାପଡ଼ିଛି । ତେବେ ଟିକାକରଣ ପାଇଁ ଭୁବନେଶ୍ୱରରେ ୧୨ଟି ଟିକା କେନ୍ଦ୍ର ସ୍ଥାପନ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କୋଭାକ୍ସିନ ଟିକା ନେବା ସହ ଦେଶରୁ କରୋନା ମୁକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ।

କୋରୋନା ଟିକା ନେବା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଜରିଆରେ ନିଜରୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଯୋଗ୍ୟ ବ୍ୟକ୍ତି ଟିକା ନେବା ପାଇଁ ଆଗେଇ ଆସିବାକୁ ସେ ଅପିଲ କରିଛନ୍ତି । ଯୋଗ୍ୟ ବ୍ୟକ୍ତି ଟିକା ନେଇ ରାଜ୍ୟକୁ କରୋନା ମୁକ୍ତ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଏହା ସହ ବୈଜ୍ଞାନିକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed.