ଅଫଲାଇନରେ ବି ହୋଇପାରିବ ପଞ୍ଜୀକରଣ

ଭୁବନେଶ୍ୱର, ୧ା୩: କୋୱିନ ଆପରେ ସମସ୍ୟା ଥିଲେ ଅଫଲାଇନରେ ହୋଇପାରିବ ପଞ୍ଜିକରଣ । ଆପଣ ଚାହିଁଲେ ଅଫଲାଇନରେ ପଞ୍ଜୀକରଣ କରି କରୋନା ଟିକା ନେଇପାରିବେ । ଏନେଇ ସମସ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଏସିଏସ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ବରିଷ୍ଠ ନାଗରିକ ଯେପରି ସମସ୍ୟା ନଭୋଗିବେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଆଜି ଅନଲାଇନରେ ପଞ୍ଜୀକରଣ ବେଳେ ସମସ୍ୟା ଦେଖାଦେଇଥିଲା । ବିଭିନ୍ନ ଟିକାକରଣ କେନ୍ଦ୍ରରେ ୱେବସାଇଟ ଲିଙ୍କ ଖୋଲୁନଥିବା ଅଭିଯୋଗ ହୋଇଛି ।

Comments are closed.