କେନ୍ଦ୍ରିୟ ପଣ୍ୟାଗାର କଳାମାଟି ପକ୍ଷରୁ ସ୍ୱଚ୍ଛତା ପଖୱ।ଡା ପାଲନ

ସମ୍ବଲପୁର, ସମ୍ବଲପୁର କଳାମାଟି ଠାରେ ଥିବା କେନ୍ଦ୍ରିୟ ପଣ୍ୟାଗାର ପକ୍ଷରୁ ସ୍ୱଚ୍ଛତା ପଖୱ।ଡା ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ୧୬ ତାରିଖରୁ ୨୮ ତାରିଖ ଯାଏ ସ୍ୱଚ୍ଛତା ନେଇ ବିଭିନ୍ନ କାଯ୍ୟକ୍ରମ ଆୟୋଜନ କରାଯାଇଥିଲା । ୧୬ ତାରିଖ ସ୍ୱଚ୍ଛତା ପଖୱ।ଡାର ପ୍ରଥମ ଦିନ କେନ୍ଦ୍ରିୟ ପଣ୍ୟାଗାରର ସବୁ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତରେ ସ୍ୱଚ୍ଚତାକୁ ନେଇ ବିଶେଷ ସପଥ ପାଠ କରାଯାଇଥିଲା । ଏଥିସହ ସ୍ୱଚ୍ଛତା ପଖୱ।ଡା ପାଳନ ନେଇ ପ୍ରତିଦିନ ପଣ୍ୟାଗାର ପରିସରରେ ସ୍ୱଚ୍ଚତା ଅଭିଯାନ କରାଯାଇ ସ୍ୱତନ୍ତ୍ର ସଫେଇ କରାଯାଇଥିଲା । ଏହାସହ ପଶ୍ୟାଗାର ପରିସରରେ ବୄକ୍ଷରୋପଣ, ସୌନ୍ଦଯ୍ୟକରଣ କାଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଏହି ସମସ୍ତ କାଯ୍ୟକ୍ରମରେ କେନ୍ଦ୍ରିୟ ପଣ୍ୟାଗାର କଳାମାଟିର ପ୍ରବନ୍ଧକ ସୁରେଶ କୁମାର ମହାନ୍ତି, ଟେକେନିକାଲ ଅପିସର ସୄତିକିରଣ ପଣ୍ଡା , କନିଷ୍ଠ ଅଧିକ୍ଷକ ସୁନୀଲ ମୁଣ୍ଡା , ଭଣ୍ଡାର ଗୄହ ସହାୟକ ଶସାଙ୍କ ଟୋପନୋଙ୍କ ସମେତ ସବୁ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ରହିଥିଲେ ।

Comments are closed.