ଅଞ୍ଜନାଙ୍କ ସିବିଆଇ ଅବହେଳା ମାମଲାର ପରିସମାପ୍ତି
କଟକ, ୧ା୩: ହାଇକୋର୍ଟରେ ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ମାମଲାର ଆଜି ପରିସମାପ୍ତି ଘଟିଛି । ରାଜ୍ୟ ସରକାର ଓ ସିବିଆଇର ସତ୍ୟପାଠ ଦାଖଳ ପରେ ଏହି ମାମଲାରେ ପରିସମାପ୍ତି ହୋଇଛି । ମାମଲାର ସମସ୍ତ ଅଭିଯୁକ୍ତ ଗିରଫ ହୋଇସାରିଥିବା ସତ୍ୟପାଠ ଦାଖଲ ହୋଇଛି । ଏପରିକି ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ନିକଟରେ ଗିରଫ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି । ସତ୍ୟପାଠ ଦାଖଲ ହେବାରୁ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ ।
ତେବେ ପୀଡିତା ଅଞ୍ଜନା ମିଶ୍ରଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା । ତଦନ୍ତରେ ଶିଥିଳତା ଓ ଷଡଯନ୍ତ୍ର ଅଭିଯୋଗରେ ମାମଲା ଦାୟର କରିଥିଲେ ଅଞ୍ଜନା । ଏନେଇ ୨୦୦୨ ବସିହା ଜୁନ ମାସରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଞ୍ଜନା ମିଶ୍ର ।
ଉଲ୍ଲେଖଯୋଗ୍ୟ ଯେ, ୧୯୯୯ ମସିହା ଜାନୁଆରୀ ମାସ ୬ ତାରିଖରେ ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ ଏକ କାର ଭିତରେ ଏହି ଗଣଦୁଷ୍କର୍ମ ହୋଇଥିଲା । ଏହି ଘଟଣାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ମହାରାଷ୍ଟ୍ର ପୁଣେରେ ସେ ନିଜର ନାମ ବଦଳାଇ ଜଳନ୍ଧର ସ୍ୱାଇଁ ରଖିଥିଲା । ସେଠାରେ ସେ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା । ବିବନ ଧରାପଡ଼ିବା ପୋଲିସ ପାଇଁ ଏକ ବହୁତ ବଡ଼ ସଫଳତା । ଏହି ମାମଲାରେ ପୂର୍ବରୁ ଦୁଇ ଅଭିଯୁକ୍ତ ପଦିଆ ଓ ଟୁନିଆ ଗିରଫ ହୋଇଥିଲେ ।
Comments are closed.