ବ୍ରହ୍ମପୁରରେ ନକଲି ମଦ କାରଖାନା ଠାବ

ବ୍ରହ୍ମପୁର,୨୭ ।୨ :ଗତ କିଛି ମାସ ହେବ ରାଜ୍ୟର ବିଭିନ୍ନ ସ୍ଥାରୁ ନକଲି ଦ୍ରବ୍ୟ ଜବତ କରାଯାଉଛି । ଏହାରି ମଧ୍ୟରେ ଆଜି ବ୍ରହ୍ମପୁର ସହରରୁ ନକଲି ମଦ କାରଖାନା ଠାବ ହୋଇଛି । କାରଖାନାରୁ ନକଲି ମଦ ଜବତ ହେବା ସହ ୫ ଜଣ ଗିରଫ ହୋଇଛନ୍ତି । ବଡବଜାର ଥାନା ହରିଡା ତୃପ୍ତିନଗର ୨ ନଂ ଲେନରୁ ଏହି ମଦ କାରଖାନା ଠାବ ହୋଇଛି । ଅବକାରୀ ବିଭାଗ ପକ୍ଷରୁ ଏଠାରେ ଚଢାଉ କରାଯାଇ ବିପୁଳ କରିମାଣର ନକଲି ମଦ ଜବତ ହୋଇଛି । ନକଲି ସ୍ପିରିଟ, ଲେବୁଲ ଓ ଅନ୍ୟାନ୍ୟ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି ।

Comments are closed.