ରାଜ୍ୟରେ ହେବ ୨୦ଟି ସାଇନ୍ସ ପାର୍କ

ଭୁବନେଶ୍ୱର,୨୭ ।୨: ରାଜ୍ୟରେ ୨ଟି ପର୍ଯ୍ୟାୟରେ ୨୦ଟି ସାଇନ୍ସ ପାର୍କ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦ଟି ସାଇନ୍ସ ପାର୍କ ହେବ । ଗୋଟିଏ ସାଇନ୍ସ ପାର୍କ କରିବା ପାଇଁ ୩୦ ମାସ ସମୟ ଲାଗିବ । ୩୦ଟି ଜିଲ୍ଲାରେ ୩୦ଟି ବିଜ୍ଞାନ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି । ବିଜ୍ଞାନ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ରକ୍ଷଣାବେକ୍ଷଣା ଦାୟିତ୍ୱ ପୌର ସଂସ୍ଥାକୁ ହସ୍ତାନ୍ତର କରାଯିବ । ବର୍ତ୍ତମାନ ରାଜ୍ୟରେ ୨ଟି ପ୍ଲାନେଟୋରିୟମ କାର୍ଯ୍ୟକ୍ଷମ ରହିଛି । ଏନେଇ ଗ୍ୟହରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତର ଦେଇଛନ୍ତି ।

Comments are closed.