ଥାନାରେ ପଶି ପୋଲିସକୁ ପିଟିଲେ ଗ୍ରାମବାସୀ

ପାରଳାଖେମୁଣ୍ଡି: ଗଞ୍ଜେଇ ଜବତ ଓ ଗିରଫଦାରିକୁ ନେଇ ଲୋକେ ପୋଲିସକୁ ନିର୍ଧୁମ ପିଟିବା ସହ ଥାନା ଭଙ୍ଗାରୁଜା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଝରଣପୁର ଗାଁରେ ।

ସୂଚନା ଅନୁସାରେ ଅଡ଼ବା ପୋଲିସ ଝରଣପୁର ଗାଁରେ ଚଢ଼ାଉ କରି ୨୦୭ କେଜି ଗଞ୍ଜେଇ ଜବତ କରିଥିଲା । ଏହି ଘଟଣାରେ ଗାଁର ବିଶ୍ୱନାଥ ଭୂୟାଁ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା। ତେବେ ପୋଲିସ ମିଥ୍ୟା ମାମଲା ରୁଜୁ କରିବା ସହ ବିଶ୍ୱନାଥଙ୍କୁ ବେଆଇନ ଭାବେ ଘରୁ ଉଠାଇ ନେଇ ଗିରଫ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ  ଶତାଧିକ ଲୋକେ ଥାନା ଘେରାଉ କରି ପୋଲିସକୁ ମାଡ଼ଦେବା ସହ ଭଙ୍ଗାରୁଜା କରିଛନ୍ତି। ଥାନା ଆଗରେ ଧାରଣା ଦେଇ ତୁରନ୍ତ ବିଶ୍ୱନାଥଙ୍କୁ ଛାଡିବାକୁ ସେମାନେ ଦାବି କରିଛନ୍ତି । ଗ୍ରାମବାସୀଙ୍କ ଆକ୍ରମଣ ଏତେ ଭାୟଙ୍କର ଥିଲା ଯେ କିଛି ସମୟ ପାଇଁ ଥାନାଟି କର୍ମଚାରୀ ଶୂନ୍ୟ ହୋଇଯାଇଥିଲା ।

Comments are closed.