ଡ଼ାକ୍ତର ହେବ ତ ଏମିତି

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରସ୍ଥିତ ମଣିପାଲ ଡ଼ାକ୍ତରଖାନାର ଜଣେ ଡ଼ାକ୍ତର ଗୋବିନ୍ଦ ନନ୍ଦକୁମାରଙ୍କୁ ନେଇ ବର୍ତ୍ତମାନ ବେଶ ଚର୍ଚ୍ଚା ଲାଗି ରହିଛି । ଜଣେ ରୋଗୀର ଗଲବ୍ଲାଡ଼ର ଅସ୍ତ୍ରୋପଚାର ପାଇଁ ନନ୍ଦକୁମାର ଗତ ୩୦ ତାରିଖରେ ନିଜ କାରରେ ଡ଼ାକ୍ତରଖାନା ଆସୁଥିଲା ।

ତେବେ ସେଦିନ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟ ଜଳାର୍ଣ୍ଣବ ହୋଇପଡ଼ିବା ସହ ଟ୍ରାଫିକ ଜାମ୍‌ ଲାଗି ରହିଥିଲା । ଡ଼ାକ୍ତରଙ୍କ କାର୍‌ ଭିଡ଼ରେ ଫସି ଯାଇଥିଲା । ବେଶ କିଛିସମୟ ଅପେକ୍ଷା କରିବା ପରେ ଭିଡ଼ ନ କମିବାରୁ ରୋଗୀର ଅସ୍ତ୍ରୋପଚାରରେ ବିଳମ୍ବ ହେବା ଆଶଙ୍କାରେ ଡ଼ାକ୍ତର ନନ୍ଦକୁମାର କାରରୁ ଓହ୍ଲାଇ ରାସ୍ତାରେ ଦୌଡ଼ି ଦୌଡ଼ି ଯାଇ ଡ଼ାକ୍ତରଖାନାରେ ପହଞ୍ଚି ରାଗୀର ଚିକିତ୍ସା କରିଥିଲେ । ଏହାପରେ ବିଭିନ୍ନ ମହଲରୁ ତାଙ୍କୁ ଉଚ୍ଚପ୍ରଶଂସା କରାଯାଇଛି ।

Comments are closed.