ପ୍ରସନ୍ନ ଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର – ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ମାମଲାରେ ଚର୍ଚ୍ଚାକୁ ଆସିଥିଲା ହୋଟେଲ ସାଉଥ ସିଟି ଆଉ ଏହାକୁ ଚଳାଉ ଥିଲେ ପୁଲିସ କନେଷ୍ଟବଳ ପ୍ରସନ୍ନ ବେହେରା | ପ୍ରସନ୍ନ ଏହାକୁ ବେଆଇନ ଭାବେ ଚଳାଉଥିବା ନେଇ ଜଣାପଡିବା ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିଲା କିନ୍ତୁ ଏତିକିରେ ଖସି ଯାଇନାହାନ୍ତି ପ୍ରସନ୍ନ | ଆଜି ଚାକିରିରୁ ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ତାଙ୍କ କଳ୍ପନା ସ୍ଥିତ ଘର, ଖୋର୍ଦ୍ଧା ସ୍ଥିତ ଘର , ଡୁମଡୁମା ଓ ଲିଙ୍ଗିପୁରରେ ଥିବା ଫର୍ଣ୍ଣିଚର ଗୋଦାମରେ ରେଡ୍ କରାଯାଇଛି । ପାତ୍ରପଡାରେ ଥିବା ସାଉଥ ସିଟି ବାରରେ ମଧ୍ୟ ଚଢାଉ କରାଯାଇଛି |ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଟିମର ଏହି ଚଢାଉହୋଇଥିବା ବେଳେ ଏଥିରେ ୨ଜଣ ଡିଏସପି, ୫ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ୍ ରହିଥିବା ଜଣାପଡିଛି |

Comments are closed.