ବାହା ହେବେ ରଣବୀର-ଆଲିଆ !

ନୂଆଦିଲ୍ଲୀ : ବଲିଉଡ୍‌ର ବହୁ ଚର୍ଚ୍ଚିତ ସେଲିବ୍ରିଟି ଯୋଡ଼ି ଆଲିଆ ଭଟ୍ଟ-ରଣବୀର କପୁର ଚଳିତବର୍ଷ ଶେଷ ଆଡ଼କୁ ହାତକୁ ଦି ହାତ ହେବାକୁ ଯାଉଛନ୍ତି | ରଣବୀରଙ୍କ ମା’ ନୀତୁ କପୁର ଖୁବ୍‌ଶୀଘ୍ର ଆଲିଆଙ୍କୁ ବୋହୂ କରି ଘରକୁ ଆଣିବେ ବୋଲି କହି ସାରିଲେଣି ତେଣୁ ଏହି ଯୋଡିଙ୍କ ବିବାହକୁ ନେଇ ଏବେ ସବୁଠି ଖୁବ ଚର୍ଚ୍ଚା । ଅପରପଟେ ଗତବର୍ଷ ମଧ୍ୟ ଏହି ପ୍ରେମୀଯୁଗଳଙ୍କ ବିବାହ ଖୁବ୍‌ ଚର୍ଚ୍ଚାରେ ଥିଲା। କିନ୍ତୁ କରୋନା ଯୋଗୁ ବିବାହକୁ ସ୍ଥଗିତ ରଖାଯାଇଥିଲା। ତେବେ ଏହି ଯୋଡ଼ି ଚଳିତବର୍ଷ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ବୋଲି ଚର୍ଚା ହେଉଛି । ରଣବୀର ଓ ଆଲିଆ ପରସ୍ପରକୁ ଦୀର୍ଘ ଦିନ ଧରି ଡେଟ୍‌ କରୁଛନ୍ତି ।

Comments are closed.