କପଡା ଦୋକାନରୁ ଚୋରି କୁ ନେଇ ରାସ୍ତା ରୋକ କଲେ ସ୍ଥାନୀୟ ଗ୍ରାମବାସି

ଖୋର୍ଦ୍ଧା(ମନୋରଞ୍ଜନ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦ ପ୍ରସାଦରେ ଏକ କପଡା ଦୋକାନରେ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର କପଡା ଓ ନଗଦ ୨୦୦୦୦ ଟଙ୍କା ଚୋରି କୁ ନେଇ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ଓ ବ୍ୟବସାୟୀ | ଗତ କିଛି ଦିନ ହେବ ମୁକୁନ୍ଦ ପ୍ରସାଦ ଅଞ୍ଚଳରେ ଦୋକାନ ମାନଙ୍କ ରୁ ଚୋରି ବୃଦ୍ଧି ପାଇଥିବା ବେଳେ ଏ ନେଇ ଖୋର୍ଦ୍ଧା ଆଦର୍ଶ ଥାନାରେ ଅଭିଯୋଗ କରାଯାଉଥିବା ବେଳେ ଏହା ପରେ ମଧ୍ୟ ଗତ କାଲି ବିଳମ୍ବିତ ରାତ୍ରିରେ ଏକ କପଡା ଦୋକାନରୁ ଚୋରି ହୋଇଥିଲା ଯାହାକୁ ନେଇ ଗ୍ରାମବାସୀ ଓ ବ୍ୟବସାୟୀ ମାନେ ଉତେଜିତ ହୋଇ ରାସ୍ତା ରୋକ କରିଥିଲେ | ପ୍ରାୟ କିଛି ଘଣ୍ଟା ରାସ୍ତା ରୋକ ହେବ ଫଳରେ ରେ ଯାତାୟତା ବାଧାପ୍ରାପ୍ତ ହୋଇଥିଲା ଫଳରେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଁଚି ଲୋକଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ରୋକ ରୁ ଉଭୟ ଗ୍ରାମବାସୀ ଓ ବ୍ୟବସାୟୀ ଓହରି ଥିଲେ |ତେବେ ଏହି ଅଞ୍ଚଳରେ ଚୋରି ବୃଦ୍ଧି ପାଉଥିବା ବେଳେ ପୋଲିସ ପେଟ୍ରୋଲିଂ କଡା କଡ଼ି କରିବାକୁ ଲୋକମାନେ ଦାବି କରିଛନ୍ତି |

Comments are closed.