ଦୁଇ ଭଉଣିର ଏକାସାଙ୍ଗରେ ମୃତକୁ ନେଇ ଶୋକାକୁଳ ପରିବାର

ଭଞ୍ଜନଗର, ପ୍ରିୟବ୍ରତ ନାୟକ : ଗୋଟିଏ ପରିବାରର ଦୁଇ ଭଉଣୀ ମୃତ । ପରିବାରରେ ଶୋକାକୁଳ ପରିବେଶ । ଗାଁରେ ଭୟର ବାତାବରଣ । ଦୁଇ ଭଉଣୀଙ୍କ ମୃତୁକୁ ନେଇ ସନ୍ଦେହ ଘେରରେ ଗାଁ ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୋରଡା ଥାନା ନୂଆଁଗଡ ପୁଷ୍ପନଗର ଗାଁରେ । ମୃତ ଦୁଇଭଉଣୀ ହେଉଛନ୍ତି ସୁଧାଂଶୁ ପାତ୍ରଙ୍କ ଦୁଇ ଝିଅ । ସୂଚନା ଅନୁସାରେ ଗତକାଲି ସକାଳ ପ୍ରାୟ ପାଞ୍ଚଟା ସମୟରେ ଦୁଇ ଭଉଣୀ, ଛାତି ଓ ଗଳାରେ ଯନ୍ତ୍ରଣା ଅନୁଭବକରି ନିଜ ମାଆକୁ ଜଣାଇଥିଲେ। ମା ପ୍ରାଥମିକ ଚିକିତ୍ସା ଭାବେ ଗଳାରେ ଅମୃତାଞ୍ଜନ ବୋଳିଥିଲେ । ହେଲେ କୌଣସି ସୁଫଳ ମିଳିନଥିଲା । ପରେ ଗୁଣିଗାରେଡି ସନ୍ଦେହରେ ଝଡାଫୁଙ୍କା ମଧ୍ୟ କରେଇଥିଲେ । ଏଥିରେ ମଧ୍ୟ ଯନ୍ତ୍ରଣା ନକମିବାରୁ ପରିବାର ଲୋକେ ଆମ୍ବୁଲାନ୍ସ ଡକାଇ ଭଞ୍ଜନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ଗୋଟିଏ ପରିବାରର ଦୁଇ ଝିଅଙ୍କ ଏଭଳି ମୃତ୍ୟୁକୁ ନେଇ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ସେହି ଅଂଚଳରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି ।

Comments are closed.