ଜଙ୍ଗଲରୁ ୬ ସନ୍ଦିଗ୍ଧଙ୍କ ସହ କାର ଓ ବନ୍ଧୁକ ଜବତ

କେନ୍ଦୁଝର, ସଂଗ୍ରାମ କେଶରୀ ମିଶ୍ର : ଜିଲ୍ଲାର ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନ ଶିଖରେଶ୍ଵର ସଂରକ୍ଷିତ ଜଙ୍ଗଲରେ ବୁଲୁଥିବା ୬ ଜଣ ସନ୍ଦିଗ୍ଧକୁ ବନ ବିଭାଗ ଅଟକ ରଖିବା ସହ ଏକ କାରକୁ ମଧ୍ୟ ଜବତ କରିଛି । ତେବେ କାରଟିରେ ଦିଲୀ କ୍ରାଇମ ପ୍ରେସ ଲେଖା ରହିଛି । ସୂଚାନୁସାରେ ଭୋରରୁ ତେଲକୋଇ ଥାନା କରଦାଙ୍ଗି ଗ୍ରାମର ଶିଖରେଶ୍ଵର ସଂରକ୍ଷିତ ଜଙ୍ଗଲରେ କିଛି ବ୍ୟକ୍ତି ବୁଲାବୁଲି କରୁଥିଲେ । ଏହା ଦେଖି ଗ୍ରାମବାସୀ ମାନେ ବନ ବିଭାଗକୁ ଖବର ଦେଇଥିଲେ । ତେବେ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚିବା ପରେ ସେଠାରୁ ୨ଜଣ ଫେରାର ହୋଇଯାଇଥିବା ବେଳେ ୬ଜଣଙ୍କୁ ଧରିବା ସହ ଗୋଟିଏ କାର, ଗୋଟିଏ ଦେଶୀ ବନ୍ଧୁକ ଏବଂ ଶିକାର ସାମଗ୍ରୀ ଜବତ କରିଛି । ତେବେ ୬ ଜଣ ସନ୍ଦିଗ୍ଧକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ବନ ବିଭାଗ । ଦିନକୁ ଦିନ ଜଙ୍ଗଲରେ ବନ୍ୟ ଜନ୍ତୁ ଓ ହାତୀ ଶିକାର ବୃଦ୍ଧି ପାଉଥିବା ବେଳେ ଜଙ୍ଗଲରେ ବୁଲାବୁଲି କରୁଥିବା ଲୋକଙ୍କ ଉପରେ ବନ ବିଭାଗ ତୀକ୍ଷ୍ଣ ନଜର ରଖିଛି । ଅନ୍ୟ ପକ୍ଷରେ ଜବତ କାରଟିରେ ଦିଲ୍ଲୀ କ୍ରାଇମ ଫ୍ରେସ ଲେଖାଥିବା ନେଇ ବନ ବିଭାଗ ସୂଚନା ଦେବା ସହ ତଦନ୍ତ ଜାରି ରଖିଛି ।

Comments are closed.