ପ୍ରେମରେ ବିଫଳ ହୋଇ ହତ୍ୟାକାରି ସାଜିଲା ପ୍ରେମିକ

ଟିଟିଲାଗଡ଼, ଗୋକୁଲାନନ୍ଦ ବଗର୍ତ୍ତୀ : ପ୍ରେମରେ ବିଫଳ ହୋଇ ହତ୍ୟାକାରି ସାଜିଲା ପ୍ରେମିକ । ଏମିତି କି ପ୍ରେମରେ ବିଫଳ ହେବା ପରେ ନିଜ ପ୍ରେମିକା ର ବାପାଙ୍କୁ ହତ୍ୟା କଲା ପ୍ରେମିକ । ଏଭଲି ଏକ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରି ହତ୍ୟାକାରି ପ୍ରେମିକକୁ ଧରିବା ପରେ ଖୁଲାସା କରିଛି ଟିଟିଲାଗଡ଼ ପୋଲିସ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଚୋରମରା ଗ୍ରାମ ନିକଟସ୍ଥ ଡୁଙ୍ଗରି ରାସ୍ତାରେ ୫୪ ବର୍ଷିୟ ଗୁରଜ ରଣାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା, ଏହି ଘଟଣା ଘଟିବା ପରେ ସମଗ୍ର ଅଞ୍ଚଳରେ ଏହି ହତ୍ୟାକାଣ୍ଡକୁ ନେଇ ନାନା ଚଚ୍ଚା ଆରମ୍ଭ ହୋଇ ଯାଇଥିଲା । ତେବେ ପୋଲିସ ହତ୍ୟାକାଣ୍ଡ ଘଟିଥିବା ସ୍ଥଲରୁ ମୃତଦେହ ଉଦ୍ଧାର କରି ତଦନ୍ତ ଯାରି ରଖିଥିଲା । ତେବେ ଏହି ଚର୍ଚ୍ଚିତ ହତ୍ୟାକାଣ୍ଡର ହତ୍ୟାକାରିକୁ ଟିଟିଲାଗଡ଼ ପୋଲିସ ଧରିବାରେ ସଫଲ ହୋଇଛି । ପୋଲିସ ସୁତ୍ରରୁ ଜଣାପଡିଛି ଯେ ଚୋରମରା ଗାଁର ଗୁରଜ ରଣାଙ୍କ ଝିଅ ରିଙ୍କି ରଣା ବେଲଗା ଗ୍ରାମର ଆଦିଲ ମହମ୍ମଦଙ୍କ ସହ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ । ତେବେ ଘର ଲୋକେ ଏହା ଜାଣିବା ପରେ ରିଙ୍କିକୁ ତାଗିତ କରି ରିଙ୍କିର ବାହାଘର କଳାହାଣ୍ଡି ଜିଲ୍ଲା ମ.ରାମପୁର ଗ୍ରାମର ଦାମୋଦର ରଣାଙ୍କ ସହ କରାଇଥିଲେ। ତେବେ ନିଜ ପ୍ରେମରେ ବିଫଳ ହୋଇ ଆଦିଲ ମହମ୍ମଦ ପ୍ରେମିକା ରିଙ୍କିର ବାପାଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିବା ପ୍ରକାଶ କରିଛି ପୋଲିସ । ଟିଟିଲାଗଡ଼ ପୋଲିସ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ପ୍ରେମିକ ଆଦିଲ ମହମ୍ମଦଙ୍କ ସମେତ ସୁଦାମ ରଣା, ଯୁବରାଜ ବିଶି, ରାଜାରାମ ଛୁରାଙ୍କୁ ଗିରଫ କରିଛି । ଅନ୍ୟପଟେ ଆଉ ଏକ ଅଭିଯୁକ୍ତ ଫେରାର ଥିବା ସୂଚନା ଦେଇଛି ଟିଟିଲାଗଡ଼ ପୁଲିସ।

Comments are closed.