ବନ ବିଭାଗର ଚଢ଼ାଉ, ହରିଣ ମାଂସ ଜବତ ସହ ଦୁଇ ଗିରଫ

ନୟାଗଡ, ପୁଷ୍ପଲତା ପ୍ରଧାନ : ନୟାଗଡ ବନଖଣ୍ଡ ଅନ୍ତର୍ଗତ ଗଣିଆ ବନାଞ୍ଚଳ ଅଧିନରେ ଥିବା ୱାଲିପୁର ଗ୍ରାମର ଭଗବତ୍ ପଣ୍ଡାଙ୍କ ଘରେ ହରିଣ ମାଂସ ବିକ୍ରି ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଗଣିଆ ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ତାଙ୍କ ଘରୁ ୧୫ କେଜି ହରିଣ ମାଂସ , ବିକ୍ରିପାଇଁ ବ୍ୟବହୃତ ହେଉଥିବା ତକଡ଼ି ଓ ଚାପଡ଼ ଆଦି ଜବତ କରାଯାଇଥିଲା  ।  ଏଥିରେ ଭଗବତ୍ ପଣ୍ଡା ଓ ତାଙ୍କ ପୁଅ ଅଜିତ କୁମାର ପଣ୍ଡା କୁ ଗିରଫ କରି ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବା ନେଇ ଗଣିଆ ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓ ସୂଚନା ଦେଇଛନ୍ତି।ଉକ୍ତ ଚଢ଼ାଉ ସମୟରେ ଗଣିଆ ବନାଞ୍ଚଳ ଅଧିକାରିଣୀଙ୍କ ସହିତ ବନପାଳ ସନ୍ତୋଷ ପ୍ରଧାନ, ବନ ସୁରକ୍ଷା କର୍ମଚାରୀ ପବିତ୍ର ପରିଡ଼ା, ନୀଳମଣି ଦଳେଇ ସାମିଲ ଥିଲେ । ତେବେ ଗଣିଆ ବନାଞ୍ଚଳ ଅଧିକାରିଣୀଙ୍କ ଏଭଳି ଚଢ଼ାଉ ଦ୍ଵାରା କାଠ ମାଫିଆ ଏବଂ ବନ୍ୟଜନ୍ତୁ ଶିକାରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗଣିଆ ବନାଞ୍ଚଳ ଅଧିକାରିଣୀଙ୍କ ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ଦୁଃସାହସିକ କାର୍ଯ୍ୟ ଯୋଗୁଁ ନୟାଗଡ ବନଖଣ୍ଡ ଅଧିକାରୀ ତାଙ୍କୁ ଶ୍ରେଷ୍ଠ ବନାଞ୍ଚଳ ଅଧିକାରିଣୀ ଭାବେ ପୁରସ୍କୃତ କରିଥିଲେ।

Comments are closed.