ଫାଟକ ଷ୍ଟେସନ ବନ୍ଦକୁ ବିରୋଧ , ଷ୍ଟେସନ ବନ୍ଦ ନକରି ରେଳବାଇକୁ ବିକଳ୍ପ ପ୍ରସ୍ତାବ ଦେଲା ସମ୍ବଲପୁର ସଚେତନ ନାଗରକ କମିଟି
ସମ୍ବଲପୁର, ତୁସବନ୍ତ ଯୋଶୀ, ସମ୍ବଲପୁର ରୋଡ଼ ରେଲଷ୍ଟେସନ ଉଚ୍ଛେଦ ନ କରି ରେଳବାଇ ବିକାଶମୂଲକ କାର୍ଯ୍ୟ କରିପାରିବ ତେଣୁ ରେଲବାଇ ଏହି ଷ୍ଟେସନ ବନ୍ଦ ନିଷ୍ପତ୍ତି କୁ ପ୍ରତ୍ୟାହାର କରିବା ପାଇଁ ସମ୍ବଲପୁର ସଚେତନ ନାଗରକ କମିଟି ପକ୍ଷରୁ ଦାବି କରାଯାଇଛି । ସମ୍ବଲପୁର ଫାଟକ ରେଲଷ୍ଟେସନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନି ରେ ସମ୍ବଲପୁର ସଚେତନ ନାଗରକ କମିଟି ପକ୍ଷରୁ ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା ଏହି ଦାବି କରିଛନ୍ତି । ସାମ୍ବାଦକ ସମ୍ମିଳନୀରେ କୁହାଯାଇଥିଲା ଯେ ସମ୍ବଲପୁର ଫାଟକ ରେଲଷ୍ଟେସନ କୁ ଉଚ୍ଛେଦ ନକରି ମଧ୍ୟ ଏହି ରେଲପଥର ବିକାଶ ହୋଇପାରିବ । କାରଣ ଫାଟକ ଷ୍ଟେସନ ପାର୍ଶ୍ବରେ ରେଳବାଇ ବହୁ ପରିମାଣର ଜମି ଅଛି । ତେଣୁ ଏହି ଷ୍ଟେସନକୁ ସ୍ଥାୟୀ ଭାବେ ରଖି ବିକାଶ କାମ କରିବା ପାଇଁ ରେଲବିଭାଗ ନିକଟରେ ଦାବି କରିଛନ୍ତି ସମ୍ବଲପୁର ସଚେତନ ନାଗରକ କମିଟି । ଏନେଇ ସାମ୍ବାଦିକ ସମ୍ବିଳନି ରେ ରେଳପଥ ଦୋହରୀକରଣ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକୁ ସଚେତନ ନାଗରକ କମିଟି ସମର୍ଥନ କରିଛି। ଏନେଇ କମଟିର ଏକ ପ୍ରତନିଧି ଦଳ ପୁର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଭେଟି ଫାଟକ ଷ୍ଟେସନକୁ ଉଚ୍ଛେଦ ନ କର ବିକାଶ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉ ବୋଲ ସ୍ମାରକ ମଧ୍ୟ ପତ୍ର ପ୍ରଦାନ କରଥିିଲେ। ନାଗରକ କମିଟି ର ସ୍ମାରକ ପତ୍ର ପ୍ରଦାନ ସମୟରେ ମଧ୍ୟ ମହାପ୍ରବନ୍ଧକ ସକାରାତ୍ମକ ଆଭିମୁଖ୍ୟ ପୋଷଣ କରଥିିଲେ ସାମ୍ବାଦିକ ସମ୍ବିଳନି ରେ କୁହାଯାଇଥିଲା । ଏପରିକି ୨୦୦୭ ମସହାରେ ଫାଟକ ଷ୍ଟେସନ ଉଚ୍ଛେଦ ପ୍ରତିବାଦରେ ଯେତେବେଳେ ଆନ୍ଦୋଳନ ଚାଲିଥିଲା ବ ତତ୍କାଳିନ ଆରଡସି ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଫାଟକ ଷ୍ଟେସନକୁ ଉଚ୍ଛେଦ ନକରି ବିକାଶ କାମ କରାଯିବା କୁ ନଷ୍ପିତ୍ତି ହୋଇଥିଲା। କିନ୍ତୁ ପୁଣି ଏହି ଷ୍ଟେସନକୁ ଉଚ୍ଛେଦକୁ କରିବା ପାଇଁ ନଷ୍ପିତ୍ତି ଦୁର୍ଭାଗ୍ୟଜନକ ବୋଲି କମିଟିର ସଭ୍ୟ ବରିଷ୍ଠ ଆଇନଜୀବୀ ସୁରେଶ୍ବର ମିଶ୍ର କହିଛନ୍ତି । ସାମ୍ବାଦିକ ସମ୍ବିଳନିରେ କମିଟିର ଆବାହକ ଗୌରୀ ଶଙ୍କର ଦାସ, ସପନ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।
Comments are closed.