ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଭୁବନେଶ୍ୱର : ରାଜଧାନୀର ଟଙ୍କପାଣି ରୋଡରେ ଆଜି ଏକ ଅଘଟଣ ଘଟିଛି। ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କର ମୃତ୍ୟୁ ହୋଇଛି।
ତେବେ ସ୍ୱେରେଜ୍ ଟାଙ୍କି ସଫା କରୁଥିବା ବେଳେ ଦୁଇ ଶ୍ରମିକ ଶ୍ୱାସରୁଦ୍ଧ ଯୋଗୁଁ ଗୁରୁତର ହୋଇପଡ଼ିଥିଲେ । ଫଳରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଛନ୍ତି ।

Comments are closed.