ଆସିଲା କଙ୍କାଳର ପ୍ରଥମ ସ୍କେଚ୍

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ଯାଁଳା ଫାଣ୍ଡି ପରିସରରେ ଥିବା କାର୍‌ ଭିତରୁ କଙ୍କାଳ ମିଳିବା ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା । କଙ୍କାଳକୁ ଆଧାର କରି ସ୍କେଚ୍ ଜାରି କରିଛି କମିଶନରେଟ୍ ପୋଲିସ। ସ୍କେଚ୍ ମାଧ୍ୟମରେ ମହିଳାଙ୍କ ପରିଚୟ ଓ ମୃତ୍ୟୁର ପଦ୍ଧତି ଜାଣିବାକୁ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ବେଙ୍ଗାଲୁରୁର ବିଶେଷଜ୍ଞଙ୍କ ଦ୍ୱାରା ଏହି ସ୍କେଚ୍ ପ୍ରସ୍ତୁତ ହୋଇଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ମହିଳାଙ୍କ ପରିଚୟ ଜାଣିବା ପାଇଁ ବିଭିନ୍ନ ସ୍ଥାନରେ ଏହି ସ୍କେଚ୍ ଲଗାଯିବ ବୋଲି ଜଣାପଡିଛି ।

ତେବେ ଯାଁଳା ଫାଣ୍ଡି ପରିସରରେ ଥିବା କାରରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ ଚଳାଇଛି ଛାନଭିନ୍‌ । ଏପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିନଥିବାରୁ ଏହା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ତେଣୁ ପୋଲିସ ପ୍ରଥମେ ମହିଳାଙ୍କ ପରିଚୟ ଜାଣିବା ପାଇଁ ମହିଳାଙ୍କ ସ୍କେଲିଟନ୍‌ ମାଧ୍ୟମରେ ତାଙ୍କ ସ୍କେଚ୍‌ ତିଆରି କରିବାକୁ ଚେଷ୍ଟା କରିଥିଲା । ଏଥିପାଇଁ ବେଙ୍ଗାଲୁରୁ ସ୍ଥିତ ଏକ ଫୋରେନସିକ୍‌ ଲ୍ୟାବ୍‌କୁ ପଠାଯାଇଥିଲା ମହିଳାଙ୍କ କଙ୍କାଳର ଫଟୋ ।

Comments are closed.