ରାଜ୍ୟରେ ଆଜି ପୁଣି ୧୨୦ ପଜିଟିଭ ଚିହ୍ନଟ, କଟକରୁ ସର୍ବାଧିକ ୨୬

ଭୁବନେଶ୍ୱର : ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ହେବାରେ ଲାଗିଛି । ମାସକ ପରେ ରାଜ୍ୟରେ ଆଜି ପୁଣି ୧୦୦ ପାର୍‌ ହୋଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧୨୦ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୧ ଓ ସ୍ଥାନୀୟ ଅଞ୍ଚଳରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୭୧୯ ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୫ ହଜାର ୯୯୪ ରହିଥିବା ବେଳେ ୭୫୪ ଜଣ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି କଟକ ଜିଲ୍ଲାରୁ ସର୍ବାଧିକ ୨୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୧୬, ମୟୁରଭଞ୍ଜରୁ ୧୫ ଓ ଖୋର୍ଦ୍ଧାରୁ ୧୪, ସମ୍ବଲପୁର ୧୦, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୧,ବାଲେଶ୍ୱର ୪, ବରଗଡ ୧, ଭଦ୍ରକ ୩, ବଲାଙ୍ଗୀର ୨, ଢେଙ୍କାନାଳ ୧, ଗଞ୍ଜାମ ୪, ଜଗତସିଂହପୁର ୧, ଯାଜପୁର ୪, ଝାରସୁଗୁଡା ୩, କଳାହାଣ୍ଡି ୧, କେନ୍ଦ୍ରାପଡା ୨, କେନ୍ଦୁଝର ୧, ନବରଙ୍ଗପୁର ୧, ନୂଆପଡା ୧, ପୁରୀ ୩, ରାୟଗଡା ୩, ଷ୍ଟେଟପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.