ପିମ୍ପଲ ପାଇଁ କୋଲଗେଟକୁ ବ୍ୟବହାର କରନ୍ତି କି ? ତେବେ ସାବଧାନ

ମୁହଁରେ ହୋଇଥିବା ପିମ୍ପଲ ଓ ନାଲି ବ୍ରଣରୁ ମୁକ୍ତି ପାଇଁ କୋଲଗେଟକୁ ବ୍ୟବହାର କରୁଛନ୍ତି ଯଦି ସାବଧାନ ହୋଇଯାଆନ୍ତୁ । ଏଥିରେ ଥିବା ବେକିଙ୍ଗ ସୋଡା, ହାଇଡ୍ରୋଜେନ୍ ପେରୋକ୍ସାଇଡ୍, ଆଲକହଲ୍ ର ମାତ୍ରା ପିମ୍ପଲ ଦୂରକରେ ସିନା ହେଲେ ଫେସକୁ ଶୁଖିଲା କରିଦିଏ । ତେବେ ଆସନ୍ତୁ ଜାଣିବା ଏହା କିପରି ହୋଇଥାଏ..
୧-ପ୍ରଥମେ କୋଲଗେଟକୁ ଫେସରେ ଲଗାଇବା ଦ୍ୱାରା ଫେସରେ ଥିବା ବ୍ୟାକ୍ଟେରିଆ ମରିଥାନ୍ତି, ପରନ୍ତୁ ପରେ ଫେସରେ ଜଳାପୋଡା ଆରମ୍ଭ ହୋଇଥାଏ । ଆସ୍ତେ ଆସ୍ତେ ଫେସ କୁଣ୍ଡାଇ ହୋଇ ଇନଫେକ୍ସନ ପରି ହୋଇଥାଏ ।
୨- ଫେସରେ କୋଲଗେଟ ଲଗାଇବା ଦ୍ୱାରା ଏହା ଫେସକୁ ଶୁଖିଲା କରିଦିଏ । ଯାହାକି ସ୍କିନ୍ ପାଇଁ ବିଲକୁଲ ଭଲ ନୁହେଁ ।
୩- କୋଲଗେଟର ବ୍ୟବହାର ଦ୍ୱାରା ମୁହଁରେ ନାଲି ନାଲି ଚିହ୍ନ ହୋଇଥାଏ । ଯାହା ଫେସର ସୌନ୍ଦର୍ଯ୍ୟକୁ ହ୍ରାସ କରିଥାଏ ।

Comments are closed.