ପୁଣି ହାତୀ ଆକ୍ରମଣରେ ଜଣେ ମୃତ

ମକା କ୍ଷେତକୁ ହାତୀ ଦାଉରୁ ରକ୍ଷା କରିବା ପାଇଁ ଜୀବନ ହାରିଲେ ମହେଶ । ଘଟଣାଟି ଘଟିଛି ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ବିରମିତ୍ରପୁର ବନ ଖଣ୍ଡର ଲଙ୍କୋଇ ଅଞ୍ଚଳରେ । ଖବର ଅନୁସାରେ, ଗତକାଲି ରାତିରେ ୧୧ଟି ହାତୀ ଜଙ୍ଗଲରୁ ଶସ୍ୟ ଖାଇବା ଉଦ୍ଦେଶ୍ୟରେ ଲଙ୍କୋଇ ଅଚହଳକୁ ଆସିଥିଲେ । ସେଥିରୁ ୨ ଜଣ ହାତୀ ମକା କ୍ଷେତରେ ପଶିଥିଲେ, ଯାହାକୁ ଘୋଉଡେଇବା ପାଇଁ ମହେଶ ଲୁଗୁନ ନାମକ ବ୍ୟକ୍ତି ଯାଇଥିଲେ । ପରନ୍ତୁ ଗୋଟିଏ ହାତୀ ବୁଲି ପଡି ମହେଶଙ୍କୁ ଗୋଡରେ ଦଳି ମାରିଥିଲା । ପରେ ବିଶ୍ରା ଥାନା ପୋଲିସ ଓ ବିରମିତ୍ରପୁର ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡାଇବା ପାଇଁ ଉଦ୍ୟମ କରୁଛନ୍ତି ।

Comments are closed.