ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବାର ବୃଥା ପ୍ରଚେଷ୍ଟା

ପ୍ରକୃତିକ ସମ୍ପତିକୁ ରକ୍ଷା କରିବା ପାଇଁ ପାଟନାରେ ଉଦଘାଟିତ ହୋଇଯାଇଛି ଏକ ସଙ୍ଗଠନ । ଯେଉଁଥିରେ ପରିବେଶ ସଙ୍ଗଠନର ମନ୍ତ୍ରୀ ଓ ବିହାରର ମୁଖ୍ୟମନ୍ତ୍ରୀ ଆଦି ଯୋଗ ଦେଇ ସଭାର ଶୁଭାରମ୍ଭ କରିଥିଲେ । ଏଥିରେ ପୂର୍ବ ଦେଶ ତଥା ଓଡିଶା, ବିହାର, ଝାରଖଣ୍ଡ, ୱେଷ୍ଟ ବେଙ୍ଗଲ, ଛତିଶଗଡ ଓ ଆସାମ ଭଳି ରାଜ୍ୟ ଯୋଗଦାନ ଦେଇଥିଲେ । ପରନ୍ତୁ ଯେତେ ବି ରାଜ୍ୟ ସ୍ତରୀୟ,ଜାତୀୟ ସ୍ତରୀୟ ବା ଅନ୍ତର୍ଜାତୀୟ ସ୍ତରରେ ସେମିନାର କଲେ ବି ଫଳ ଉଲଟା ହଉଚି । ସେମିନାରର କଥା ସେହି ଚାରି କାନ୍ଥ ମଧ୍ୟରେ ଚାପି ହୋଇ ରହିଯାଉଛି । ପ୍ରାକୃତିକ ପରିବେଶ ସାଧାରଣତଃ ସହରୀକରଣ, ଜଳ ଓ ଜଙ୍ଗଳ ଉପରେ ପଡୁଥିବା କୁପ୍ରଭାବ ଦ୍ୱାରା ନଷ୍ଟ ହୋଇଥାଏ, ଯାହାକୁ କେହି ବି ଧ୍ୟାନ ଦେଉନାହାନ୍ତି। ତେବେ ଯେତେ ପରିମାଣରେ ପ୍ରକୃତି ନଷ୍ଟ ହେବାରେ ଲାଗିଲାଣି ତାର ସଂକଳନ କରିବା ମନୁଷ୍ୟ ପକ୍ଷେ ଅସମ୍ଭବ ହୋଇପଡିବ ।

Comments are closed.