ବନ୍ଦ ଡାକରା ଦେଲେ ମାଓବାଦୀ, ପୋଷ୍ଟର ଲଗାଇବା ସହ ଗଛ କାଟି ରାସ୍ତା ବନ୍ଦ କଲେ

ମାଓବାଦୀଙ୍କ ପକ୍ଷରୁ ପୁଣି ଥରେ ଓଡିଶା-ଛତିଶଗଡ ବନ୍ଦ ଡାକରା ଦିଆଯାଇଛି, ଯାହାକୁ ସଫଳ କରିବା ପାଇଁ ବିଭିନ୍ନ ଅଞ୍ଚଳରେ ପୋଷ୍ଟର ଲଗାଇବା ସହିତ ଗଛ କାଟି ରାସ୍ତା ବନ୍ଦ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଓ ଦମନ ନୀତିକୁ ବିରୋଧ କରି ଏପରି ବନ୍ଦ ଡାକରାର ଆହ୍ୱାନ ଦିଆଯାଇଛି ବୋଲି ଖବର ମିଳୁଛି ।
ନବରଙ୍ଗପୁର ଜିଲ୍ଳା ରାଇଘର ବ୍ଳକ, କୁନ୍ଦେଇର ବିଭିନ୍ନ ଅଞ୍ଚଳରେ ଓ ସହରରେ ନିର୍ମାଣ କରାଯାଉଥିବା ରଥରେ ପୋଷ୍ଟର ମାରି ଲୋଙ୍କୁ ଭୟଭୀତ କରିବାରେ ଲାଗିଛନ୍ତି । ଏହା ସହ କଳାହାଣ୍ଡି ଜିଲ୍ଳାରେବି ମାଓବାଦୀମାନେ ଫୁଲଝରଣରେ ଗଛ କାଟି ରାସ୍ତା ଜାମ୍ କରି ପକେଇଛନ୍ତି, ଫଳରେ ଲୋକମାନେ ଚଳପ୍ରଚଳ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସେହିପରି କନ୍ଧମାଳ ଜିଲ୍ଳାରେ ଗତ କାଲି ରାତିରୁ ମାଓ ପୋଷ୍ଟର ଦେଖିବାକୁ ମିଳୁଛି । ବାଲିଗୁହା-ଦାରିଙ୍ଗବାଡି ୫୯ ନମ୍ବର ଜାତୀୟ ରାଜପଥ ଓ ଫୁଲବାଣୀ- ଗୋଚ୍ଛପଡା ରାସ୍ତାରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ ।

Comments are closed.