ଧଳା ଦାନ୍ତ ପାଇବାକୁ ଚାହାନ୍ତି କି ? ଆପଣାନ୍ତୁ ଏହାର କିଛି ଉପାୟ

କଥାରେ ଅଛି କି ହସିବା ଦ୍ୱାରା ମୁହଁର ଉଜ୍ଜଳତା ବଢିଥାଏ । ପରନ୍ତୁ ଯଦି ଦାନ୍ତ ହଳଦିଆ ପଡିଥାଏ ନା ତେବେ ଆମକୁ କାହା ଆଗରେ କଥା ହେବା କି ହସିବା ପାଇଁ ଖରାପ ଲାଗେ । ଏହି ସମସ୍ୟା ପ୍ରାୟତଃ ଚା, କଫି,ତମାଖୁ ଖାଇଲେ ବା ବୟସ ବୃଦ୍ଧି ହେଲେ ଦେଖାଯାଏ । ଏହି ସମସ୍ୟାରୁ ଯଦି ବଞ୍ଚିବା ପାଇଁ ଚାହାନ୍ତି ତ ଆପଣାନ୍ତୁ ଏହାର କିଛି ଘରୋଇ ଉପଚାର….
୧. ତୁଳସୀ- ତୁଳସୀ ପତ୍ର ଦାନ୍ତରେ ହେଉଥିବା ରୋଗ ସହ ଲଢିବା ପାଇଁ ସାହାଯ୍ୟ କରେ । ତୁଳସୀକୁ ବ୍ୟବହାର କରବା ପାଇଁ ତୁଳସୀର ପତ୍ରକୁ ଶୁଖାଇ ଗୁଣ୍ଡ କରିନିଅନ୍ତୁ । ତୁଳସୀ ପତ୍ରର ଗୁଣ୍ଡକୁ ସୋରିଷ ତେଲ ସହ ମିଶାଇ ପେଷ୍ଟ ବନାଇ ପ୍ରୟୋଗ ମଧ୍ୟ କରି ହେବ ।
୨.ଲେମ୍ବୁ- ଲେମ୍ବୁ ରସକୁ ଲୁଣ ସହ ମିଶାଇ ଦାନ୍ତରେ ଲଗାନ୍ତୁ ଓ କିଛି ସମୟ ପରେ କୁଳି କରନ୍ତୁ । ଦୁଇ ସପ୍ତାହ ପର୍ୟ୍ୟନ୍ତ ଏପରି କଲେ ଦାନ୍ତ ସଫା ହୋଇଯାଏ ।
୩. ଲୁଣ- ଆପଣ ଟୁଥପେଷ୍ଟ ବଦଳରେ ଲୁଣ ବ୍ୟବହର କରନ୍ତୁ । ଆପଣ ଲୁଣ ଓ ଅଙ୍ଗାର ମିଶାଇ ଘସନ୍ତୁ । ଏପରି କଲେ ଦାନ୍ତର ହଳଦିଆପଣ ବହୁତ ଯଲଦି ଦୂର ହୋଇଯିବ । ଏହାସହ ଦାନ୍ତ ମଧ୍ୟ ଶକ୍ତ ହୋଇଥାଏ ।
୪. ବେକିଙ୍ଗ ସୋଡା- ବେକିଙ୍ଗ ସୋଡା ଦାନ୍ତରୁ ମଇଳା ବାହାର କରିବାରେ ସାହାଯ୍ୟ କରେ ଓ ଦାନ୍ତକୁ ସଫା ମଧ୍ୟ ରଖେ । ଦାନ୍ତରୁ ହଳଦିଆପଣ ଦୂର କରିବା ପାଇଁ ଟୁଥପେଷ୍ଟରେ ବେକିଂ ସୋଡା ମିଶାଇ ଦାନ୍ତ ଘସନ୍ତୁ । ଆପଣ ବେକିଂ ସୋଡାକୁ ଲେମ୍ବୁ ସହ ମଧ୍ୟ ବ୍ୟବହାର କରିପାରିବେ ।
୫. ଷ୍ଟ୍ରବେରୀ- ଷ୍ଟ୍ରବେରୀରେ ଭିଟାମିନ ସି ପ୍ରଚୁର ପରିମାଣରେ ଥିବାରୁ ଏହା ଦାନ୍ତକୁ ସଫା କରିବାରେ ସାହାଯ୍ୟ କରେ, ଦାନ୍ତର ହଳଦିଆପଣ ଦୂର ପାଇଁ ଷ୍ଟ୍ରବେରୀରେ ପେଷ୍ଟ ତିଆରି କରି ମଧ୍ୟ ବ୍ୟବହାର କରିହେବ ।
୬. କମଳା ଚୋପା- ଦାନ୍ତର ହଳଦିଆପଣ ଦୁର କରିବା ପାଇଁ କମଳା ଚୋପାକୁ ରାତିରେ ଶୋଇବା ସମୟରେ ନିତିଦିନ ବ୍ୟବହାର କରନ୍ତୁ । କମଳା ଚୋପାରେ ଭିଟାମିନ ସି, ଓ କ୍ୟାଲସିୟମ ପ୍ରଚୁର ପରିମାଣରେ ଥିବାରୁ ଦାନ୍ତକୁ ପୋକ ଦାଉରୁ ମଧ୍ୟ ରକ୍ଷା କରିହୁଏ । ନିୟମିତ ବ୍ୟବହାର କଲେ କିଛି ସପ୍ତାହ ପରେ ଆପଣ ପ୍ରଭାବ ଅନୁଭବ କରିପାରିବେ ।

Comments are closed.