ଆଜି ହେଉଛି ବିଶ୍ୱ ନାରିକେଳ ଦିବସ

ନଡ଼ିଆକୁ ଶ୍ରୀଫଳ ବୋଲି କୁହାଯାଏ । ପ୍ରତ୍ୟେକ ଶୁଭ କାର୍ଯ୍ୟରେ ସର୍ବପ୍ରଥମେ ଆବଶ୍ୟକ ହୋଇଥାଏ ନଡ଼ିଆ । ସେହିପରି ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାରୁ ମୁକ୍ତି ଲାଗି ଲୋକେ ନଡ଼ିଆ ତେଲ ପ୍ରୟୋଗ କରନ୍ତି । ପ୍ରସାଧନ ସାମଗ୍ରୀରେ ଏହାର ବହୁଳ ବ୍ୟବହାର ହୋଇଥାଏ । ଗ୍ରାମାଞ୍ଚଳ ମାନଙ୍କର ନଡ଼ିଆ ତେଲରୁ ବିଭିନ୍ନ ପ୍ରକାରର ଔଷଧ ପ୍ରସ୍ତୁତ କରାଯାଏ ।

ବିଶ୍ୱର ସର୍ବାଧିକ ଉପାଦେୟ ବୃକ୍ଷ ହେଉଛି ନାରିକେଳ ବା ନଡ଼ିଆ । ସ୍ୱାସ୍ଥ୍ୟ ଓ ସଂସ୍କୃତି ପ୍ରତି ଏହାର ଅବଦାନ ଅତୁଳନୀୟ । ଏହାର ଉପାଦେୟତା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ସେପ୍ଟେମ୍ବର ୨ ତାରିଖରେ ବିଶ୍ୱ ନାରିକେଳ ବା ନଡ଼ିଆ ଦିବସ ପାଳନ କରାଯାଏ ।

ଏସିଆ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଲୋକମାନେ ନଡ଼ିଆରୁ ଅନେକ ଲାଭ ପାଇଥାନ୍ତି । ତେଣୁ ୨୦୦୯ ମସିହାରେ ଏସିଆନ ଆଣ୍ଡ ପାସିଫିକ୍‌ କୋକୋନଟ୍‌ କଲଚର ଏହି ଦିବସ ପାଳନ ଆରମ୍ଭ କରିଥିଲା ।

Comments are closed.