କାହିଁକି ଏମିତି କହିଲା ବିଜେପି

ପାଟନା: ନୀତୀଶ, କେସିଆର, ତେଜସ୍ବୀଙ୍କୁ ଜୁଳୁଜୁଳିଆ ପୋକ କହିଲା ବିଜେପି। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆ)ଙ୍କ ସହ ବୈଠକ କରିଥିଲେ। ଏହି ବୈଠକ ପରେ କେସିଆର କହିଥିଲେ ଯେ, ଆମେ ବିରୋଧୀଙ୍କୁ ଏକଜୁଟ କରି ବିଜେପି ଦେଶରୁ ହଟାଇଦେବୁ। ଏବେ ଏହା ଉପରେ କଟାକ୍ଷ କରି ବିଜେପି ବିରୋଧୀଙ୍କୁ ଜବାବ ଦେଇଛି। ବିହାର ବିଜେପି ଏକ ଫଟୋ ସେୟାର କରିଛି ଯେଉଁଥିରେ କେସିଆର, ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବ ଏକାଠି ବସିଛନ୍ତି। ଏହି ଫଟୋ ଉପରେ ଥିବା କ୍ୟାପସନରେ ବିଜେପି ଲେଖିଛି ଯେ, ସବୁ ଜୁଳୁଜୁଳିଆ ପୋକ ଏକାଠି ହୋଇ ସୂର୍ଯ୍ୟଙ୍କୁ ହଟାଇବାକୁ ବାହୁସ୍ଫୋଟ ମାରୁଛନ୍ତି।

ଗତକାଲି କେସିଆର କହିଥିଲେ ଯେ, ୨୦୨୪ଲୋକସଭା ନିର୍ବାଚନରେ ​​ବିରୋଧୀଙ୍କୁ ଏକଜୁଟ କରିବା ପ୍ରସଙ୍ଗରେ ନୀତୀଶ କୁମାରଙ୍କ ସହ କଥା ହେଲି। ସେ ଏଥିରେ ରାଜି ଅଛନ୍ତି। ଆମକୁ ୨୦୨୪ ଲୋକସଭା ନିର୍ବାଚନରେ ​​ଜିତିବା ଏବଂ ବିଜେପିକୁ ଦେଶ ବାହାରକୁ ପଠାଇବା ପାଇଁ ବିରୋଧୀଙ୍କୁ ମିଳିତ ଭାବେ ଲଢ଼ିବାକୁ ପଡ଼ିବ। ତେବେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାରେ ନୀତୀଶ କୁମାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ସେଥିପାଇଁ ଆଜି ମୁଁ ତାଙ୍କୁ ଭେଟିଥିଲି।

Comments are closed.