ଆଜି ହେଉଛି ଅନ୍ତର୍ଜାତୀୟ ଶାନ୍ତି ଦିବସ

ବିଶ୍ୱର ପ୍ରମୁଖ ରାଷ୍ଟ୍ର ଓ ଗୋଷ୍ଠୀ ମଧ୍ୟରେ ଶାନ୍ତିର ଆଦର୍ଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଜାତିସଂଘ ‘ଶାନ୍ତି ଦିବସ’ ପାଳନ ଘୋଷଣା କରିଛି । ସାରା ବିଶ୍ୱରେ ଯୁଦ୍ଧର ବିଭୀଷିକା ଦୂର କରି ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ଆହ୍ୱାନ କରି ଏହି ଦିବସ ପାଳନ କରାଯାଉଛି ।

୧୯୮୧ରେ ଜାତିସଂଘ ସାଧାରଣ ସଭା ଦ୍ୱାରା ଅନ୍ତର୍ଜାତୀୟ ଶାନ୍ତି ଦିବସ ସ୍ଥାପିତ ହୋଇଥିଲା । ୨୦୦୧ରେ ଏହି ଦିନକୁ ଅହିଂସା ଓ ଯୁଦ୍ଧ ବିରତିର ସମୟ ଭାବେ ଜାତିସଂଘ ସ୍ୱୀକୃତି ଦେଇଥିଲା । ସେବେଠାରୁ ସେପ୍ଟେମ୍ବର ୨୧ତାରିଖରେ ବିଶ୍ୱସ୍ତରରେ ‘ଅନ୍ତର୍ଜାତୀୟ ଶାନ୍ତି ଦିବସ’ ପାଳିତ ହେଉଛି ।

ଯୁକ୍ତରାଜ୍ୟ ଓ କୋଷ୍ଟାରିକା ଏହି ଦୁଇ ଦେଶର ଆହ୍ୱାନ ତଥା ପ୍ରୟୋଜନା ଫଳରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏ ସଂକ୍ରାନ୍ତରେ ଏକ ସଂକଳ୍ପ କରାଗଲା । ପରବର୍ତ୍ତୀ ସମୟରେ ସାରା ବିଶ୍ୱରେ ଶାନ୍ତି ଓ ସଦଭାବନା ବଜାୟ ରଖିବା ପାଇଁ ଗୋଟିଏ ଦିନ ଉସôର୍ଗ କରାଗଲା ।

Comments are closed.