ଦଶପଲ୍ଲା ପୁଲିସକୁ ବଡ଼ ସଫଳତା

ଦଶପଲ୍ଲା(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ଦଶପଲ୍ଲା ପୋଲିସ ୫୭ନମ୍ବର ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବା ବେଳେ ଏସ.ଆର ପେଟ୍ରୋଲ ଟାଙ୍କି ଠାରେ ଏକ କାରକୁ ସନ୍ଦେହ ହେବାରୁ ଅଟକାଇଥିଲେ ଏବଂ ସେଥିରୁ ୪୦କେଜି ୫୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏ ନେଇ ଦଶପଲ୍ଲା ଥାନାରେ କେସ ନଂ ୨୦୫ରେ ଏକ ମାମଲା ରୁଜ କରି ଓଡ଼ଗାଁ ଥାନା ଅନ୍ତର୍ଗତ ବନ୍ଧଭୁଇଁ ଗ୍ରାମର ସିତୁରାମ ସାହୁକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସିତୁଙ୍କ ଠାରୁ ଏକ ଓପୋ ମୋବାଇଲ, ଡ୍ରାଇଭିଂ ଲାଇସେନ୍ସ ଓ ପ୍ୟାନ କାର୍ଡକୁ ଜବତ କରାଯାଇଛି । ଗଞ୍ଜେଇ ଚାଲାଣ ହେଉଥିବା ହୋଣ୍ଡା ଆମେଜ କାରକୁ ପୁଲିସ ସିଜ କରିଛି । ଏ ନେଇ ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୁଚନା ଦେଇଛନ୍ତି।

Comments are closed.