ଆଜି ଆଲଜିମର୍ସ ଦିବସ, ଜାଣନ୍ତୁ ଏହାର ବିଶେଷତ୍ବ

୧୯୦୬ରେ ଜର୍ମାନୀ ମାନସିକ ରୋଗ ବିଶେଷଜ୍ଞ ଆଲଇସ୍ ଆଲଜିମର୍ସ ପ୍ରଥମେ ଆଲଜିମର୍ସ ରୋଗ ବିଷୟରେ ଉଲ୍ଲେଖ କରିଥିଲେ ଓ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଥିଲା । ସର୍ବେକ୍ଷଣରୁ ଜଣାପଡ଼ିଛି, ୬୫ବର୍ଷ ବୟସରୁ ଉଦ୍ଧ୍ୱ ଲୋକଙ୍କ ମଧ୍ୟରୁ ୬% ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି । ଆରମ୍ଭରୁ ଏହାର ଲକ୍ଷଣମାନଙ୍କୁ ସ୍ୱାଭାବିକ ବୃଦ୍ଧାବସ୍ଥାର ଲକ୍ଷଣ ବୋଲି ଧରାଯାଏ । ଶାରୀରିକ ଓ ମାନସିକ ବ୍ୟାୟାମ କରିବା ଦ୍ୱାରା ଏହି ରୋଗର ସଙ୍କଟ କମିଯାଏ । ଆଲଜିମର୍ସ ରୋଗୀଙ୍କୁ ଓଜନ ନିୟନ୍ତ୍ରଣରେ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଏ । ରୋଗୀ ତାଙ୍କର ଯତ୍ୱ ନେଉଥିବା ଲୋକଙ୍କ ସାହାଯ୍ୟ ଉପରେ ଅଧିକ ନିର୍ଭର କରନ୍ତି । ବ୍ୟାୟାମ କରିବା ଦ୍ୱାରା ଦୈନନ୍ଦିନ କାର୍ଯ୍ୟରେ ଆଲଜିମର୍ସ ରୋଗୀଙ୍କ ଉନ୍ନତି ପରିଲକ୍ଷିତ ହୋଇଛି । ଏହି ରୋଗ ବିଷୟରେ ଅଧିକ ଜନସଚେତନତା ଜରୁରୀ । ଆଲଜିମର୍ସ ରୋଗ ସମ୍ପର୍କରେ ବିଶ୍ୱବାସୀଙ୍କୁ ଅବଗତ କରିବା ଉଦେ୍ଧଶ୍ୟରେ ପ୍ରତି ବର୍ଷ ସେପ୍ଟେମ୍ବର ୨୧ରେ ଏହି ଦିବସ ପାଳନ କରାଯାଉଛି । ବିଶ୍ୱର କେତୋଟି ରାଷ୍ଟ୍ରରେ ଆଲଜିମର୍ସ ଦିବସ ମାସ ବ୍ୟାପୀ ପାଳିତ ହୁଏ ।

Comments are closed.