ବର୍ଷା ଦିନରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ ଏହି ୬ଟି ଟିପ୍ସ

ନିଜର ସୌନ୍ଦର୍ଯ୍ୟ ବଢାଇବା ପାଇଁ କିଏ ବା ନ ଚାହେଁ ? ପରନ୍ତୁ ଋତୁ ଅନୁସାରେ ସୌନ୍ଦର୍ଯ୍ୟର ପରିବର୍ତ୍ତନ ହୋଇଥାଏ । ଯେପରି ଏବେ ବର୍ଷା ଋତୁ ଆସିଗଲାଣି ଆଉ ଫେସର ରଙ୍ଗ ଫିକା ପଡିବାରେ ଲାଗିଲାଣି । ଯଦି ଆପଣ ବର୍ଷା ଦିନରେ ବି ସୁନ୍ଦର ଦେଖାଯିବା ପାଇଁ ଚାହାନ୍ତି ତ ଆପଣାନ୍ତୁ ଏହି ଉପାୟ ….
୧-ନିଜ ତ୍ୱଚାକୁ ସୁହାଉଥିବା ଫଳି ଫେସୱାସ ବ୍ୟବହାର କରିବା ସହିତ ଦିନକୁ ପ୍ରାୟଃ ୩ ଥର ଫେସକୁ ଧୋଇବା ଦରକାର । ଏହା ଦ୍ୱାରା ଫେସରେ ଥିବା ଧୂଳି ମଳି ଧୋଇଯିବା ସହ ପିମ୍ପଲ ହୋଇନ ଥାଏ ।

୨- ଦୈନିକ ୨ରୁ ୩ ଲିଟର ପାଣି ପିଇବା ନିହାତି ଦରକାର । ପାଣିକୁ ଛାଡି ପଇଡ ପାଣି ଓ ଲେମ୍ବୁ ପାଣି ବି ପିଇ ପାରିବେ । ଏହା ସହ ବାହାରେ ମିଳୁଥିବା ତେଲିଆ ଓ ମସଲା ଖାଦ୍ୟକୁ ଦୂରେଇ ରଖନ୍ତୁ ।

୩- ଫେସ ସ୍କବ ମଧ୍ୟ ବର୍ଷା ଦିନେ ଫେସ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ । ଏହାକୁ ଆପଣ ଘରେ ବି ବନେଇ ଲଗାଇ ପାରିବେ । ବେସନ, ଚିନି, ଦହି ଓ କମଳା ଚୋପାର ଗୁଣ୍ଡକୁ ପେଷ୍ଟ କରି ସ୍କବ ପରି ବ୍ୟବହାର କରିପାରିବେ ।

୪- ମୁଲତାନି ମାଟି ଫେସର ଉଜ୍ଜଳତା ଆଣିବାରେ ବେଶ ସହାୟକ ହୋଇଥାଏ । ଏଥିରେ ଚନ୍ଦନ, ଗୋଲାପ ଜଳ ମିଶାଇ ଫେସରେ ଲଗାନ୍ତୁ । ୧୦ ମିନିଟ୍ ଛାଡି ପାଣିରେ ଫେସକୁ ଭଲ ଭାବରେ ଧୋଇ ଦିଅନ୍ତୁ ।

୫- ବର୍ଷା ଦିନେ ପାୟତଃ ଟୋନର, ମତ୍ସରାଇଜର କ୍ରିମ ଳଗାଇବା ପାଇଁ ଭୁଲନ୍ତୁ ନାହିଁ । ଏହା ଦ୍ୱାରା ତ୍ୱଚା କୋମଳ ରହିଥାଏ ।

Comments are closed.