ଗାଁକୁ ମଦମୁକ୍ତ କରି ସମ୍ମାନ ପାଇଲେ ଶୁକୁର କୁଜୁର

ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି ସମ୍ବଲପୁର ଜିଲ୍ଲା ଲରିଆପାଲି ନିବାସୀ ଶୁକୁର କୁଜୁର । ଳକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଧ୍ୟ ଯେଉଁ କାମ ସରକାର କରିପାରିଲା ନାହିଁ, ତାକୁ ନିଜସ୍ୱ ଇଛାରେ ବାସ୍ତବର ରୂପ ଦେଇଛନ୍ତି ସେ । ଯେଉଁ ଗାଁରେ ଲୋକେ ସୂର୍ଯ୍ୟ ଅସ୍ତ ପରଠୁ ମଦରେ ବୁଡି ରହନ୍ତି, ସେ ଗାଁର ଲୋକଙ୍କୁ ଆଜି ମଦର ଶତ୍ରୁ ବନାଇବାରେ ସଫଳ ହୋଇଛନ୍ତି ଶୁକୁର କୁଜୁର । ସୂଚନାନୁସାରେ, ସମ୍ବଲପୁର ଜିଲ୍ଲା ଲରିଆପାଲି ଗାଁର ଅଧିକାଂଶ ଲୋକ ଦୈନିକ ମଦ ପିଇବାରେ ମସଗୁଲ ରହୁଥିଲେ, ଯାହାକୁ ସହ୍ୟ କରି ନ ଥିଲେ ଶୁକୁର । ପ୍ରଥମେ ପ୍ରଥମେ କେହିଭି ତାଙ୍କ ସପକ୍ଷରେ ଛିଡା ହୋଇନଥିଲେ । ମଦ ପିଇବା ଦ୍ୱାରା ଶରୀରରେ ହେଉଥିବା କ୍ଷତି ବିଷୟରେ ଲୋକମାନଙ୍କୁ ବୁଝେଇବା ସହିତ ଏହାର ନିରାକରଣ ପାଇଁ ଉପାୟମାନ ପ୍ରସ୍ତୁତ କଲେ । ମଦରେ ଖର୍ଚ୍ଚ ହେଉଥିବା ଟଙ୍କାକୁ ନିଜସ୍ୱ ବ୍ୟାପାରରେ ଲଗାଇ ଲାଭ କମାଇବା ପାଇଁ ପ୍ରୋତ୍ସାହନ ଦେଉଥିଲେ କୁଜୁର । ଯୋଗ ଓ ଧ୍ୟାନ ମାଧ୍ୟମରେ କିପରି ଶରୀରକୁ ସୁସ୍ଥ ସବଳ ରଖାଯାଇପାରିବ, ସେ ବିଷୟରେ ଲୋକମାନଙ୍କୁ ଅବଗତ କରାଇଲେ, ଯାହା ଦ୍ୱାରା ଅନେକ ଲୋକ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇପାରିଲେ ।
ଏନେଇ କୁଜୁରଙ୍କୁ ରାଷ୍ଟପତି ସମ୍ମାନରେ ସମ୍ମାନିତ କରିବା ସହିତ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି ।

Comments are closed.