ମହିଳାଙ୍କ ସୁରକ୍ଷା ପାଇଁ ସମ୍ବଲପୁରରେ ଜନ୍ମ ନେଲା ‘ସଖି’

ଦିନକୁ ଦିନ ମହିଳାଙ୍କ ଉପରେ ଶୋଷଣ, ଅନ୍ୟାୟ ଅତ୍ୟାଚାର ବଢିବାରେ ଲାଗୁଛି । ସବୁବେଳେ ଅବହେଳିତ ହୋଇ ପଛରେ ରହିଯାଉଛି ନାରୀଟିଏ । ଏହି ସମସ୍ୟାକୁ ସମାଧାନ କରିବା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଛି ‘ସଖି’ । ‘ସଖି’ର ଉଦଘାଟନ ଉତ୍ସବରେ ଲୋକସଭା ସାଂସଦ ନାଗେନ୍ଦ୍ର କୁମାର ପ୍ରଧାନ ସମେତ ସମ୍ବଲପୁର ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ଓ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତି ଯୋଗଦେଇ ‘ସଖି’ର ଉପଯୋଗ ବିଷୟରେ ଲୋକମାନଙ୍କୁ ଜଣାଇଥିଲେ । ଏହା ମାଧ୍ୟମରେ ମହିଳାମାନଙ୍କୁ ଗୋଟିଏ ଅଞ୍ଚଳରେ ସବୁ ସୁବିଧା ମିଳିବ ଯଥା- ପୋଲିସ ଷ୍ଟେସନ, ହସ୍ପିଟାଲ, ହଷ୍ଟେଲ ସେବା, ରହିବା ପାଇଁ ୫ଟି ଶଯ୍ୟା ଏବଂ କାଉନସିଲର ଇତ୍ୟାଦି ।

Comments are closed.