ମୁମ୍ବାଇରେ ପୁଣି ଜଳିଲା ବିମାନ

ଗତ କାଲି ସୁଖୋଇର ବିମାନ କ୍ରାସ ହେବା କଥା ଲୋକଙ୍କ ମନରୁ ନ ଜାଉଣୁ ପୁଣି ଏକ ବିମାନ କ୍ରାସ ହୋଇଛି । ଘଟଣାଟି ଆଜି ଅପରାହ୍ନ ୧ଟା ୩୦ ମିନିଟରେ ମୁମ୍ବାଇର ଘଟକପୋରା ଅଞ୍ଚଳରେ ଘଟିଛି । ଏନେଇ ସମ୍ପୁର୍ଣ୍ଣ ତଥ୍ୟ ନ ମିଳି ଥିଲେ ବି ବିମାନଟି ମୁମ୍ବାଇର ଜୁହୁ ବନ୍ଦର ଅଭିମୁଖେ ଯାଉଥିବାର ସୂଚନା ମିଳିଛି । ପରେ ଏକ ନିର୍ମାଣଧିନ ବିଲିଡିଙ୍ଗ ପାଖରେ କୌରସି କାରଣ ବଶତଃ ଖସିଯାଇଥିବା ବେଳେ ସେଥିରେ ନିଆଁ ଲାଗିଗଲା । ଘଟଣାସ୍ଥଳରେ ଜୁହୁର ଅଗ୍ନିଶମ ବାହୀନ ପହଞ୍ଚି ନିଆଁକୁ ଆୟତ କରିବା ସହିତ ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି । ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିରୁ ଦୁଇ ଜଣ ପାଇଲଟ ଓ ଦୁଇ ଜଣ ଇଞ୍ଜିନିୟର ଥିଲେ ।

Comments are closed.